୭୨ ଘଣ୍ଟାରେ ଓଡିଶା ଛୁଇଁବ ମୌସୁମୀ, ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା

Published By : Prameya-News7 Bureau | June 09, 2020 IST

ଭୁବନେଶ୍ୱର ୦୯।୦୬: ୭୨ ଘଣ୍ଟାରେ ଓଡିଶା ଛୁଇଁବ ମୌସୁମୀ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଙ୍ଗପୋସାଗରରେ ସୁଷ୍ଟି ଲଘୁଚାପ ମୌସୁମୀକୁ ଆଗକୁ ବଢ଼ିବାରେ ସହାୟକ ହେବ । ୧୨ ତାରିଖ ସୁଦ୍ଧା ମୌସୁମୀ ଓଡିଶା ଛୁଇଁବ । ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଲାଗି ରହିବ । ଚଳିତ ବର୍ଷ ସ୍ବାଭାବିକ ବୃଷ୍ଟିପାତ ହବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି । ଗୁଳୁଗୁଳି ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହୁଛି ଯାହାକି ମୌସୁମୀ ଆଗମନର ପୂର୍ବ ଆଭାସ । ଆଗକୁ ଦକ୍ଷିଣ ଓ ଉପକୂଳ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ପାଣିପାଗ ବିଭାଗ କିଛି ଜିଲ୍ଲା ପାଇଁ ୟେଲୋ ଓ ଅରେଞ୍ଜ ଆର୍ଲଟ ଜାରି କରିଛି । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି,  ରାୟଗଡା,  ଗଞ୍ଜାମ ପୁରୀ ଆଦି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲିଠୁ ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.