୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ
13/10/2019 at 11:29 AM

ଭୁବନେଶ୍ବର ୧୩/୧୦: ଆଜି କିମ୍ବା କାଲି ଓଡ଼ିଶାରୁ ବିଦାୟ ନେବ ମୌସୁମୀ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି । ରାଜସ୍ଥାନ, ଗୁଜରାଟ, ଛତିଶଗଡ, ବିହାର, ଝାଡ଼ଖଣ୍ଡ ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଲାଣି । ଏବେ ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ ଦିଗରୁ ହାଲୁକା ମଳୟ ପବନ ବୋହିବା ଆରମ୍ଭ ହେଲାଣି ।
ଚଳିତ ବର୍ଷ ଜୁନ ୧ ରୁ ସେପ୍ଟେମ୍ବର ୩୦ ତାରିଖ ଯାଏ, ୪ମାସ ଭିତରେ ରାଜ୍ୟରେ ୧୨୩୩ ମିମି ବର୍ଷା ରେକର୍ଡ଼ କରାଯାଇଛି । ୭ ପ୍ରତିଶତ ଅଧିକ ବର୍ଷା ହୋଇଛି । ମାଲକାନଗିରି ଓ ଝାରସୁଗୁଡ଼ାରେ ସର୍ବାଧିକ ୩୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ଜୁନ ୯ ରେ କେରଳ ଛୁଇଁଥିଲା ମୌସୁମୀ । ତେବେ ଜୁନ ୨୦ ରେ ଓଡିଶା ଉପକୂଳ ଛୁଇଁଥିଲା ମୌସୁମୀ । ଏଥର ମୌସୁମୀ ସକ୍ରିୟ ହେବାରେ ବିଳମ୍ବ ହୋଇଥିଲା । ତେବେ ସେପ୍ଟେମ୍ବର ମାସରେ ସର୍ବାଧିକ ବର୍ଷା ହୋଇଥିଲା । ସାରା ଦେଶକୁ ବେଶ କିଛି ଦିନ ଧରି ଜଳବନ୍ଦୀ କରି ରଖିଥିଲା ।