ଆସନ୍ତା ୨୮ରୁ ପୁଣି ଫେରିବ ମୌସୁମୀ, ୩୦ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

Published By : Prameya-News7 Bureau | June 25, 2019 IST

ଭୁବନେଶ୍ବର ୨୫|୬: ଆଜିଠୁ ୪୮ ଘଣ୍ଟା ମୌସୁମୀ ଦୁର୍ବଳ ରହିବ । ୨୮ରୁ ପୁଣି ଫେରିବ ମୌସୁମୀ । ୩୦ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ ।

୨୮ ତାରିଖରେ କେନ୍ଦୁଝର, ଭଦ୍ରକ, ଯାଜପୁର ଓ  ବାଲେଶ୍ବରରେ ବର୍ଷା ହୋଇପାରେ । ୨୯ ତାରିଖ ବେଳକୁ  କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କଟକ, ଢେଙ୍କାନାଳରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମାଲକାନଗିରି, ନୂଆପଡା, କଳାହାଣ୍ଡିରେ ଘଡଘଡି ସହ ବର୍ଷା ହୋଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨୪ ପ୍ରତିଶତ କମ୍ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.