ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶା ଛୁଇଁବ ମୌସୁମି : ୪ ଜିଲ୍ଳାକୁ ସତର୍କ ସୂଚନା

Published By : Prameya-News7 Bureau | June 20, 2019 IST

ଭୁବନେଶ୍ବର ୨୦/୬: ବଦଳିଛି  ପାଗ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶା ଛୁଇଁବ ମୌସୁମି । ୪ ଜିଲ୍ଳାକୁ ପ୍ରବଳ ବର୍ଷାର ଦିଆଯାଇଛି ସତର୍କ ସୂଚନା। ସାରା ରାଜ୍ୟରେ ପାଗ ପରିବର୍ତ୍ତନ ସାଙ୍ଗକୁ ସବୁ ଜିଲ୍ଲାରେ ପ୍ରାୟ ପ୍ରାକ ମୌସୁମି ବର୍ଷା ହେବ ବେ।ଲି ପାଣିପାଗ ବିଭାଗ ସୂଚନା ଦେଇଛି ।। ଏପରିକି ପଶ୍ଚିମ ଓଡିଶାରେ ମଧ୍ୟ ୨୪ ଘଣ୍ଟାରେ ତାତିରୁ ନିସ୍ତାର ମିଳିବ।

{"id":125192,"width":594,"height":292}

୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାକୁ ମୌସୁମୀ ଛୁଇଁବ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରାକ ମୌସୁମି ବର୍ଷା ହେବା ସହ ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ଖେ।ର୍ଦ୍ଧା ,ଗଞାମ , ଗଜପତି, ଓ ପୁରୀ ଜିଲ୍ଲା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓ ଉତ୍ତର ଓଡିଶାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ । ଗତକାଲି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାର ରେକର୍ଡ କରାଯାଇଥିଲା କିନ୍ତୁ ଆଜି ସବୁ ସହରର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି।

{"id":125193,"width":593,"height":269}

ଏଥର ମୌସୁମୀ ବାୟୁ ସାଧାରଣରେ ଓଡ଼ିଶା ଛୁଇଁବା ନେଇ ଯେଉଁ ଆକଳନ କରାଯାଉଥିଲା ଏଥିରେ ବିଳମ୍ବ ଘଟିଛି। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ । ତେଣୁ ଏହା ମୌସୁମୀ ବାୟୁକୁ ସକ୍ରୀୟ କରିବା ସମ୍ଭାବନା ରହିଛି ।

{"id":125194,"width":596,"height":281}

ବିଳମ୍ବରେ ରାଜ୍ୟକୁ ମୌସୁମି ଛୁଇଁବ । ତେବେ ଏହା ରାଜ୍ୟର ଚାଷକୁ ପ୍ରଭାବିତ କରିବା ନେଇ ଚାଷୀମାନେ ଆଶଙ୍କାରେ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବର୍ଷା ହିଁ ଏହା ସ୍ପଷ୍ଟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.