କୃଷକଙ୍କ ପାଇଁ ଖୁସି ଖବର ! ଚଳିତ ବର୍ଷ ସ୍ଵାଭାବିକ ହେବ ମୌସୁମୀ ବର୍ଷା, ପାଣିପାଗ କେନ୍ଦ୍ରର ଆକଳନ

Published By : Prameya-News7 Bureau | April 13, 2021 IST

ନୂଆଦିଲ୍ଲୀ ୧୩।୦୪: କୃଷକଙ୍କ ପାଇଁ ଖୁସି ଖବର। ପାଣିପାଗ ବିଷୟରେ ସୂଚନା ଦେଉଥିବା ଏଜେନ୍ସି ସ୍କାଇମେଟ୍ ଦେଇଛି ଆଶ୍ଵସ୍ତିକର ଖବର।  ୨୦୨୧ରେ ମୌସୁମି ସ୍ଵାଭାବିକ ରହିବ ବୋଲି ଏଜେନ୍ସି କହିଛି। ସେପ୍ଟେମ୍ବରରେ ଭଲ ବର୍ଷା ହୋଇପାରେ। ଏଥିସହ ଜୁନରୁ ସେପ୍ଟେମ୍ବର ଚାରି ମାସ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଏଜେନ୍ସି ଅନୁଯାୟୀ, ଚଳିତ ବର୍ଷ ହାରାହାରି ୧୦୩ ପ୍ରତିଶତ ବର୍ଷା  ହୋଇପାରେ।

ଜୁନ୍‌ ମାସରେ ମୌସୁମୀ ଆସିବାର ସମ୍ଭାବନା ରହିଛି। ମୁମ୍ବାଇରେ ଠିକ୍‌ ସମୟରେ ମୌସୁମୀ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସ୍କାଇମେଟ ପାଣିପାଗ କେନ୍ଦ୍ରର ଏବିଏମ୍‌ ଜିପି ଶର୍ମା କହିଛନ୍ତି ଯେ, ଲଗାତାର ତୃତୀୟ ବର୍ଷ ପାଇଁ ଦେଶରେ ସାମାନ୍ୟ ବର୍ଷା ହେବ। ମୌସୁମୀର ପ୍ରାରମ୍ଭରେ ଭଲ ବର୍ଷା ହୋଇପାରେ। ସ୍କାଇମେଟ୍ ଅନୁଯାୟୀ ଜୁନ ଓ ସେପ୍ଟେମ୍ବରରେ ଭଲ ବର୍ଷା ହୋଇପାରେ। ଉତ୍ତର ଭାରତର ଅନେକ ଭାଗରେ ଏବଂ ଉତ୍ତର-ପୂର୍ବର କିଛି ଅଞ୍ଚଳରେ କମ ବର୍ଷା ହୋଇପାରେ। ଜୁଲାଇ ଓ ଅଗଷ୍ଟରେ ମୌସୁମୀ ଦୁର୍ବଳ ରହିପାରେ।  

ଜୁନ ତୂଳନାରେ ଜୁଲାଇ ମାସରେ ମୌସୁମୀ ଉପରେ ପ୍ରଭାବ ପଡିପାରେ। ଜୁଲାଇ ମାସରେ ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ଭଲ ବର୍ଷା ହେବ। ଅପରପକ୍ଷେ ନର୍ଥଓ୍ବେଷ୍ଟ ଓ କର୍ଣ୍ଣାଟକ ଭଳି ସ୍ଥାନରେ ସାମାନ୍ୟ କମ୍‌ ବର୍ଷା ହେବ। ସେପ୍ଟମ୍ବରରେ ମଧ୍ୟ ପ୍ରଦେଶ ଓ ପଶ୍ଚିମ ଅଞ୍ଚଳରେ ଭଲ ବର୍ଷା ହେବ ବୋଲି ଆକଳନ କରିଛି ସ୍କାଇମେଟ ପାଣିପାଗ କେନ୍ଦ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.