ସରିଲା ଅପେକ୍ଷା, ଆସିଲା ମୌସୁମୀ : ଭୀଷଣ ବର୍ଷା ସମ୍ଭାବନା

Published By : Prameya-News7 Bureau | June 08, 2019 IST

ଭୁବନେଶ୍ୱର ୮/୬ : ମିଳିଲା ଗରମରୁ ମୁକ୍ତି । ସରିଲା ଅପେକ୍ଷା, ଆସିଲା ମୌସୁମୀ । ଶେଷରେ କେରଳ ଛୁଇଁଲା ମୌସୁମୀ । ୮ ଦିନ ବିଳମ୍ବରେ ପହଁଚିଲା ମୌସୁମୀ । କେରଳ ତଟବର୍ତ୍ତୀ ଅଂଚଳରେ ଭୀଷଣ ବର୍ଷା ଆରମ୍ଭ ହୋଇଯାଇଛି । ପାଣିପାଗ ବିଭାଗ ଅଧିକାରୀଙ୍କ ଅନୁଯାୟୀ, କେରଳର ଅନେକ ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଛି । କେରଳର ୮ ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛନ୍ତି ପାଣିପାଗ ବିଭାଗ ।

{"id":121008,"width":582,"height":326}

ପାଣିପାଗ ବିଭାଗ ପୂର୍ବରୁ ସୂଚନା ଦେଇଥିଲେ ଯେ, ଜୁନ ୬ ତାରିଖରେ ମୌସୁମୀ କେରଳ ଛୁଇଁବ । ଖୁବ ଶୀଘ୍ର ଓଡିଶାକୁ ମଧ୍ୟ ଛୁଇଁବ ମୌସୁମୀ । ଆଗାମୀ ୨୪ ଘଣ୍ଟାରେ ତ୍ରିପୁରା ଛୁଇଁବ ମୌସୁମୀ । ତ୍ରିପୁରା ପାଇଁ ଆସନ୍ତା ୧୦ ତାରିଖରେ ରେଡ୍ ଆଲର୍ଟ ଜାରି କରିଛନ୍ତି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.