ଜୁନ୍ ୧୦ରେ ଓଡ଼ିଶା ଛୁଇଁବ ମୌସୁମୀ : ଚଳିତ ବର୍ଷ ୯୩ ପ୍ରତିଶତ ବର୍ଷା ସମ୍ଭାବନା

Published By : Prameya-News7 Bureau | May 13, 2019 IST

ଭୂବନେଶ୍ୱର ୧୩\୫ : ଜୁନ୍ ୧୦ରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଏଥର ନିର୍ଦ୍ଧାରିତ ସମୟରେ ମୌସୁମୀ ଆସିବ ବୋଲି ସୂଚନା ଦେଇଛି ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’। ମେ’ ୨୦ ବେଳକୁ ମୌସୁମୀ ଆଣ୍ଡାମାନ ଓ ନିକୋବରକୁ ସ୍ପର୍ଶ କରିବ । ଏହାର ୧୦ ଦିନ ପରେ ଅର୍ଥାତ୍  ଜୁନ୍ ପହିଲା ବେଳକୁ କେରଳ ଛୁଇଁବ । ଦେଶରେ ପ୍ରାୟ ୪ ମାସ ଧରି ମୌସୁମୀ ରହିବ । ପ୍ରଥମ ପର୍ଯ୍ୟାୟରେ କୋଚି, ଥିରୁଅନନ୍ତପୁରମ୍, ଚେନ୍ନାଇ ସମେତ ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳ ଛୁଇଁବ। ଏହି ସମୟରେ ଉତ୍ତରପୂର୍ବ ଭାରତର ମଣିପୁର, ମିଜୋରାମ ଓ ତ୍ରିପୁରାକୁ ବି ସ୍ପର୍ଶ କରିବ ମୌସୁମୀ ।

{"id":111275}

ଏହାପରେ ଜୁନ୍ ୫ ବେଳକୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପ୍ରବେଶ କରିବା ସହିତ ଓଡ଼ିଶା ମୁହାଁ ହେବ । ଜୁନ୍ ୧୦ ତାରିଖରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ ସ୍କାଏମେଟ୍। ଓଡ଼ିଶା ସମେତ ମୁମ୍ବାଇ, କୋଲକାତା, ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରେ ମୌସୁମୀ ପ୍ରବେଶ କରିବ । ଜୁଲାଇ ୧ ବେଳକୁ ସାରା ଦେଶକୁ ମୌସୁମୀ ଛୁଇଁ ଯାଇଥିବ। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ପ୍ରାୟ ୯୩ ପ୍ରତିଶତ ବର୍ଷା ହେବ। ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବା ଫଳରେ ଖରିଫ ଋତୁରେ ଚାଷବାସ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି।

{"id":111276,"width":576,"height":324}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.