ଆଗାମୀ ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ : ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
7/06/2019 at 5:31 PM

ପୁରା ଦେଶ ଏବେ ପ୍ରଚଣ୍ଡ ଖରା ଓ ଗରମରେ ଭାଜି ହେଉଛି । ରୋଦ୍ରତାପ ଲଗାତାର ବଢି ବଢି ଚାଲିଛି । ଯାହାଫଳରେ ଲୋକେ ନାନା ହଇରାଣ ହରକତ ହେଉଛନ୍ତି । ଦିନ ରାତି ଲୋକେ ଚାତକ ପାଖି ଭଳି ବର୍ଷାକୁ ଅନେଇ ବସିଛନ୍ତି । ଏଭଳି ସ୍ଥିତିରେ ପାଣିପାଗ ବିଭାଗ ମଧ୍ୟ ପ୍ରତିଦିନର ପାଣିପାଗ ସୂଚନା ଦେଉଛି ।

ସୂଚନାଯୋଗ୍ୟ ଯେ, ଏଥର ମୋୖସୁମୀ ଜୁଲାଇ ୭ ତାରିଖ, ଅର୍ଥାତ ଆଜିଠାରୁ ଆସିବ । ମିଳିଥିବା ତାଜା ଖବର ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୌସୁମୀ ପ୍ରବେଶ କରିବ । ଆଗାମୀ ୭୨ ଘଣ୍ଟା ମଧ୍ୟରେ ନାଗାଲାଣ୍ଡ, ଛତିଶଗଡ଼, ମିଜୋରାମ, ତ୍ରିପୁରା, ଆସାମ, ମେଘାଳୟ ଏବଂ କେରଳରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଉତ୍ତର ଭାରତର ଅନେକ ଅଂଚଳରେ ଆଗାମୀ କିଛି ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟାରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ । ତେବେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଭାଗ ବିଶେଷଜ୍ଞ ।