ଆଗାମୀ ୨୪ରୁ ୪୮ଘଣ୍ଟା ମଧ୍ୟରେ ଦେଶର ଏହିସବୁ ରାଜ୍ୟକୁ ଛୁଇଁବ ମୌସୁମୀ

Published By : Prameya-News7 Bureau | June 16, 2019 IST

ନୂଆଦିଲ୍ଲୀ ୧୬|୬: ଦକ୍ଷିଣ ଭାରତରେ ମୌସୁମୀ ପ୍ରବେଶ କରିବା ପରେ ଏବେ ଅନ୍ୟ ରାଜ୍ୟ ଆଡେ ଗତି କରୁଛି । ୪୮ରୁ ୫୦ ଡିଗ୍ରୀ ଗରମରେ ରହୁଥିବା ଲୋକ ମୌସୁମୀ ଆଗମନର ବର୍ଷାକୁ ବ୍ୟାକୁଳ ଭାବେ ଚାହିଁ ରହିଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ହୋଇଛି । ଆସାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି । ପୂର୍ବ-ଉତ୍ତର ଭାରତର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ବର୍ଷା ହୋଇଛି । ସ୍କାଇମେଟ୍ ଅନୁସାରେ ଆସନ୍ତା ୨୪ରୁ ୪୮ଘଣ୍ଟା ମଧ୍ୟରେ ଦେଶର ୮ଟି ରାଜ୍ୟକୁ ମୌସୁମୀ  ଛୁଇଁପାରେ ।

ସ୍କାଇମେଟ୍ ଅନୁସାରେ ଆସନ୍ତା ୨୪ଘଣ୍ଟାରୁ ୪୮ଘଣ୍ଟା ମଧ୍ୟରେ ମୌସୁମୀ ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମ ହୋଇ ସମସ୍ତ ପୂର୍ବ-ଉତ୍ତର ରାଜ୍ୟ ତଥା ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ପହଞ୍ଚିବ । ଏହାପରେ ଆଗାମୀ ୩ ରୁ ୪ଦିନ ପର୍ଯ୍ୟନ୍ତ ଏଠାରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ପୂର୍ବ ବଙ୍ଗୋପସାଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଚକ୍ରବାତ ସୃଷ୍ଟି ହୋଇଛି । ଏହି ଚକ୍ରବାତ ଧିରେ ଧିରେ ପୂର୍ବ-ଉତ୍ତର ଭାରତ ଆଡେ ମୁହାଁଇବ । ଯାହା ଫଳରେ ବର୍ଷାର ମାତ୍ରା ଅଧିକ ରହିବ । ଫଳରେ ପୂର୍ବ-ଉତ୍ତର ଭାରତ କିଛି ଅଞ୍ଚଳରେ ପ୍ରବଳରୁ ଏବଂ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ବର୍ଷା ହେବ । ମୌସୁମୀ ସଂପୂର୍ଣ୍ଣ ଭାବେ ପୂର୍ବ ଭାରତକୁ ଛୁଇଁବା ପରେ ପୂର୍ବ-ଉତ୍ତର ରାଜ୍ୟ ଆସାମ ଏବଂ ମେଘାଳୟର କିଛି ସ୍ଥାନରେ ବନ୍ୟା ମଧ୍ୟ ହେବାର ଆଶଙ୍କା ରହିଛି । ଏହା ବ୍ୟତୀତ ବିଜୁଳ ଏବଂ ଘଡଘଡି  ହେବାର ମଧ୍ୟ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.