ଆସନ୍ତା ୨ରୁ ୩ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ

Published By : Prameya-News7 Bureau | June 15, 2019 IST

ଭୁବନେଶ୍ବର ୧୫|୬:  କେବେ ଓଡିଶା ଛୁଇଁବ ମୌସୁମୀ ସେନେଇ ସ୍ପଷ୍ଟ କରିପାରୁନି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଜୁନ୍ ୧୮ କିମ୍ବା ୧୯ରେ ପହଞ୍ଚିବା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ଏବେବି ଅନିଶ୍ଚିତତା ଜାରି ରହିଛି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକ, ତାମିଲନାଡ଼ୁ, କେନ୍ଦ୍ରୀୟ, ଉତ୍ତର ଓ ଦକ୍ଷିଣ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ହେବ । ଏଥିସହ ଉତ୍ତର ପୂର୍ବ ଭାରତ, ସିକିମ୍ ସମେତ ଉତ୍ତର ପଶ୍ଚିମବଙ୍ଗରେ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଓଡ଼ିଶାର ଦୁଇ ପାର୍ଶ୍ବରେ ମୌସୁମୀ ସକ୍ରିୟ ହେଉଛି। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ମୌସୁମୀ ଖୁବଶୀଘ୍ର ଓଡ଼ିଶାରେ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି । ଏପଟେ କିନ୍ତୁ ପୁଣି ତାତି ଲେଉଟିଛି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଉପକୂଳରେ ୪ ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିବା ବେଳେ ପଶ୍ଚିମ ଓଡ଼ିଶାରେ ୨ ରୁ ୩ ଡିଗ୍ରି ବଢ଼ିଛି। ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର୍ ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.