୪୮ଘଣ୍ଟାରେ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା, ଜୁନ୍ ତୃତୀୟ ସପ୍ତାହ ବେଳକୁ ଛୁଇଁବ ଓଡିଶା

Published By : Prameya-News7 Bureau | June 07, 2019 IST

ଭୁବନେଶ୍ବର ୭|୬: ଘୁଞ୍ଚି ଘୁଞ୍ଚି ଯାଉଛି ମୌସୁମୀ । ପ୍ରଥମେ ଜୁନ୍ ୪ରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିଲା । ଏହାପରେ ଜୁନ୍ ୬ ବୋଲି କହିଥିଲା ଭାରତୀୟ ପାଣିପାଗ ବିଭାଗ । ଗତକାଲି ମଧ୍ୟ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଏବେବି ସେହି ୪୮ ଘଣ୍ଟାରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି । ୪୮ ଘଣ୍ଟାରେ ମୌସୁମୀ କେରଳ ଛୁଇଁଲେ ଜୁନ୍ ତୃତୀୟ ସପ୍ତାହ ବେଳକୁ ଓଡ଼ିଶା ପହଞ୍ଚିବା ସମ୍ଭାବନା ରହିଛି ।  ତେବେ ୨ରୁ ୩ ଦିନ ମଧ୍ୟରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ସକ୍ରିୟ ହେବ । ସେଠାରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ କେରଳ ଓ ଏହାର ନିକଟବର୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବା ସହ ବର୍ଷା ହେବ । ଏପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗିରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.