୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
22/06/2019 at 9:21 AM

ଭୁବନେଶ୍ବର ୨୨|୬: ଗତକାଲି ୧୬ ଜିଲ୍ଲାକୁ ମୌସୁମୀ ଛୁଇଁଥିବାବେଳେ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ । ଏପରି ସୂଚନା ଦେଇଛନ୍ତି ଆଇଏମଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କାଲି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପୁରୀ , ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କଟକ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।
ସେପଟେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର ଆଡକୁ ଗତି କରୁଛି । ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021