ଆରବ ସାଗରରେ ଲଘୁଚାପ ବଳୟ: ଜୋର ପବନ ସହ ଆସିବ ମୌସୁମୀ, ୧ରେ କେରଳ ଛୁଇଁବ

Published By : Prameya-News7 Bureau | May 28, 2020 IST

ନୂଆଦିଲ୍ଲୀ ୨୮/୦୫ : ଜୁନ ୧ ତାରିଖରେ ମୌସୁମୀ ଦକ୍ଷିଣ ଉପକୂଳ ଦେଇ ଭାରତରେ ପ୍ରବେଶ କରିବାର ସମ୍ଭାବନା ରହିଛି | ପାଣିପାଗ ବିଭାଗ ଗୁରୁବ୍ର ଦିନ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ଏହି ୪ ମାସର ବର୍ଷା ଦେଶ ପାଇଁ ଅତ୍ୟନ୍ତ ମହତ୍ଵପୁର୍ଣ | କାରଣ ଦେଶର ଅର୍ଥ ବ୍ୟବସ୍ଥା କୃଷି ଉପରେ ନିର୍ଭର କରେ | ଭାରତ ପାଣିପାଗ ବିଭାଗ ଆଇଏମଡି ଏକ ବୟାନରେ କହିଛନ୍ତି ଯେ ଜୁନ ୧ ତାରିଖରୁ ମୌସୁମୀ ଅନୁକୂଳ ହେବାର ସମ୍ଭାବନା ରହିଛି | ଜୁନ ୧ ତାରିଖରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି | ମୌସୁମୀ ଚଳିତ ବର୍ଷ ଜୁନ ୬ ତାରିଖରେ କେରଳ ଛୁଇଁବ ବୋଲି ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଥିଲେ | କିନ୍ତୁ ବାତ୍ୟା ପରେ କିଛି ସ୍ଥାନରେ ଚାପ କମ ରହିଥିବାରୁ ମୌସୁମୀ ଶୀଘ୍ର ଆସିବାର ସମ୍ଭାବନା ଅଧିକ ରହିଛି |

{"id":277500,"width":583,"height":326,"sizeSlug":"large"}

ଦେଶର ପାଖାପାଖି ଅଧା ଚାଷଜମି ଧାନ, ମକା, ଆଖୁ, କପା, ସୋୟାବିନ ଆଦି ଫସଲ ପାଇଁ ଜୁନ ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ଉପରେ ନିର୍ଭର କରିଥାନ୍ତି | ଭାରତରେ ଚଳିତ ବର୍ଷ ହାରାହାରି ଭଲ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆଇଏମଡି ସୂଚନା ଦେଇଥିଲେ | ଯାହାଫଳରେ ଏଥର ଉନ୍ନତମାନର ଚାଷ ହେବାର ଆଶା କରାଯାଉଛି | ଭାରତୀୟ ଅର୍ଥ ବ୍ୟବସ୍ଥା, ଏସିଆର ତୃତୀୟ ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା | କିନ୍ତୁ ବର୍ତ୍ତମାନ କରୋନା ଏବଂ ଲକଡାଉନ ଯୋଗୁଁ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ ଦୋହଲିଯାଇଛି |

{"id":277502,"width":574,"height":430,"sizeSlug":"large"}

ପଶ୍ଚିମ-ମଧ୍ୟ ଏବଂ ଦକ୍ଷିଣ-ପଶ୍ଚିମ ଆରବ ସାଗର ଉପରେ ବାତ୍ୟା ପ୍ରଭାବ ଯୋଗୁଁ ପଶ୍ଚିମ-ମଧ୍ୟ ଆରବ ସାଗର ଉପରେ କମ ଚାପ ସୃଷ୍ଟି ହୋଇଛି | ଆଗାମୀ ୭୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମରୁ ଦକ୍ଷିଣ ଓମାନ ଏବଂ ପୂର୍ବ ୟମାନ କୁଳ ଆଡକୁ ଗତି କରିପାରେ |

{"id":277505,"width":578,"height":324,"sizeSlug":"large"}

ଏନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛନ୍ତି | ପାଣିପାଗ ବିଭାଗ ସୂଚନା ଅନୁଯାୟୀ, କେରଳ ସରକାର ଆରବ ସାଗରରେ ମାଛ ଧରାଳିଙ୍କୁ ଯିବାକୁ ବାରଣ କରିଛନ୍ତି | ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି, ଆଜି ରାତି ସୁଦ୍ଧା ଫେରି ଆସିବାକୁ ସନ୍ଦେଶ ଦିଆଯାଇଛି | ଯେଉଁମାନେ କେରଳ କୁଳକୁ ପହଞ୍ଚିବାରେ ସକ୍ଷମ ନୁହନ୍ତି ସେମାନଙ୍କୁ ଅତି ଶୀଘ୍ର ନିଜ ନିକଟତର କୁଳକୁ ଯିବାକୁ ନିର୍ଦେଶ ଦିଆଯାଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.