ଚଳିତ ବର୍ଷ ମୌସୁମୀ ସାମାନ୍ୟ ବିଳମ୍ବ : ଜୁନ୍ ୫ରେ କେରଳ ଛୁଇଁବା ସମ୍ଭାବନା

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫।୫: ଚଳିତ ବର୍ଷ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସାମାନ୍ୟ ବିଳମ୍ବରେ ଆସିବାର ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ଜୁନ୍ ୫ରେ କେରଳରେ ମୌସୁମୀ ୪ଦିନ ବିଳମ୍ବରେ ଆସିବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ କହିଛି ଯେ, ମୌସୁମୀ ଦକ୍ଷିଣ ରାଜ୍ୟରେ ଜୁନ୍ ୫ରେ ପହଞ୍ଚିବ। କେରଳରେ ମୌସୁମୀ ପହଞ୍ଚିବା ସହିତ ଦେଶରେ ଚାରି ମାସର ବର୍ଷା ଋତୁ ଆରମ୍ଭ ହୁଏ । ଉଲ୍ଲେଖଥାଉ କି, ଗତ ୧୫ ବର୍ଷ ମଧ୍ୟରେ, ୨୦୦୫ ବ୍ୟତୀତ ମୌସୁମୀର ପାଣିପାଗ ଆକଳନ ଭୁଲ ନୁହେଁ । ଗତ ବର୍ଷ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ​​ଯେ, କେରଳରେ ମୌସୁମୀ ଜୁନ୍ ୬ ସୁଦ୍ଧା ଆସିବ। ଦୁଇ ଦିନ ପରେ ଜୁନ୍ ୮ରେ ମୌସୁମୀ କେରଳରେ ପହଞ୍ଚିଥିଲା । ସେହିଭଳି ୨୦୧୮ରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ, ମୌସୁମୀ ତାରିଖ ମେ ୨୯ ତାରିଖରେ କେରଳରେ ପହଞ୍ଚିବ, ସେହି ଦିନ ହିଁ ପହଞ୍ଚିଥିଲା । ତେଣୁ ଏଥର ମଧ୍ୟ ମୌସୁମୀ ଜୁନ୍ ୫ରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ମୌସୁମୀ କିଛି ଦିନ ବିଳମ୍ବରେ କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି । କିନ୍ତୁ ଚଳିତ ବର୍ଷ ଶତପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି ବୋଲି କୁହାଯାଉଛି । କୃଷି ଅର୍ଥନୀତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଦେଶରେ ବାର୍ଷିକ ବୃଷ୍ଟିପାତର ୭୫ ପ୍ରତିଶତ ଏହି ମୌସୁମୀରୁ ଆସିଥାଏ । ତେଣୁ ରେକର୍ଡ ଉତ୍ପାଦନର ଏକ ସମ୍ଭାବନା ଅଛି । ଲକ୍ ଡାଉନ୍ ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ଚାଷୀଙ୍କ ପାଇଁ ଏହା ଅତ୍ୟନ୍ତ ଆରାମଦାୟକ ଖବର ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.