ସାଂସଦଙ୍କୁ ଘାରିଛି କରୋନା ଭୟ: ସମୟ ପୂର୍ବରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯।୯: ସଂସଦର ଚଳିତ ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ଅବଧି ପର୍ଯ୍ୟନ୍ତ ଚାଲି ନ ପାରେ। ସାଂସଦମାନେ କରୋନା ସଂକ୍ରମଣକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଣୁ କାର୍ଯ୍ୟପରାମର୍ଶଦାତା ବୈଠକରେ ଅଧିବେଶନର କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ ଲାଗି ଦାବି କରିଛନ୍ତି। ସଂସଦ ଲାଗି ଜୀବନକୁ ବିପଦରେ ପକାଯାଇ ନ ପାରେ ବୋଲି କହିଛନ୍ତି ସାଂସଦ। ଗତ ସେପ୍ଟେମ୍ବର ୧୪ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। କୋଭିଡ-୧୯ ବିପଦକୁ ନଜରରେ ରଖି ଅଧିବେଶନର ଅବଧି ସଂକ୍ଷିପ୍ତ ମଧ୍ୟ କରାଯାଇଛି। ଏହା ସତ୍ତ୍ୱେ ସାଂସଦମାନେ ଅଧିବେଶନ ଅବଧିକୁ ଆହୁରି ହ୍ରାସ କରିବା ଲାଗି ଦାବି କରୁଛନ୍ତି।

{"id":331924,"sizeSlug":"large"}

ଚଳିତ ସଂସଦ ଅଧିବେଶନ ୧ ଅକ୍ଟୋବର ପର୍ଯ୍ୟନ୍ତ ମାତ୍ର ୧୮ ଦିନିଆ ନିର୍ଦ୍ଧାରିତ ହୋଇଛି। ତେବେ କରୋନା ଆକ୍ରାନ୍ତ ୨ ସାଂସଦଙ୍କ ପରଲୋକ ପରେ ଅନ୍ୟ ସାଂସଦମାନେ ଆତଙ୍କିତ ହୋଇପଡିଛନ୍ତି। ଜନୈକ ସାଂସଦ ଏହି ଅଧିବେଶନକୁ ସଂକ୍ଷିପ୍ତ କରିବା ଲାଗି ସମସ୍ତଙ୍କ ସହମତି ରହିଛି ବୋଲି କହିଛନ୍ତି। ତେବେ ସଂସଦର ଅବଧି ନେଇ ନିଷ୍ପତ୍ତି ଏବେ ବାଚସ୍ପତିଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଥର ସଂସଦ ଅଧିବେଶନ ସଂକ୍ଷିପ୍ତ ହୋଇଥିବାରୁ ଶନିବାର ଓ ରବିବାର ମଧ୍ୟ ଅଧିବେଶନ ଅନୁଷ୍ଠିତ ହେଉଛି। ତେବେ ସାଂସଦମାନେ ଗୃହକୁ ଆସିବାକୁ ଥତମତ ହେଉଛନ୍ତି।

{"id":331925,"sizeSlug":"large"}

କୋଭିଡ-୧୯ ବିପଦକୁ ଦୃଷ୍ଟିରେ ରଖି ସଂସଦରେ ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି। ସଂସଦ ଭବନ କ୍ୟାଣ୍ଟିନ ଠାରୁ ଆରମ୍ଭ କରି ସାଂସଦଙ୍କ ବସିବାଉଠିବା ସ୍ଥାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି। ସଂସଦରେ କୋଭିଡ-୧୯ ପ୍ରୋଟକଲ ଓ ସାମାଜିକ ଦୂରତ୍ୱକୁ କଡାକଡ଼ି ପାଳନ କରାଯାଉଛି। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଓ ୬ କେନ୍ଦ୍ରମନ୍ତ୍ରୀ କୋଭିଡ ଆକ୍ରାନ୍ତ ହୋଇଥିବା ଯୋଗୁ ଅନ୍ୟ ସାଂସଦମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସୂଚନାଯୋଗ୍ୟଯେ ଗତ ବୁଧବାର ୱାଇଏସଆର କଂଗ୍ରେସ ସାଂସଦ ବଲି ଦୁର୍ଗାପ୍ରସାଦ ରାଓ କରୋନାରେ ପ୍ରାଣ ହରାଇଥିବା ବେଳେ ବିଜେପି ରାଜ୍ୟସଭା ସାଂସଦ ଅଶୋକ ଗାସ୍ତିଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି। ଏଣୁ ଅଧିବେଶନକୁ ସଂକ୍ଷିପ୍ତ କରିବା ଲାଗି ସାଂସଦମାନେ ଦାବି କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.