Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଧାନସଭାରେ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ହେବ ଆଲୋଚନା

12/09/2018 at 9:42 AM

ଭୁବନେଶ୍ବର ୧୨|୯: ବିଧାନସଭା ମୌସୁମୀ ଅଧିବେଶନ । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଜି ହେବ ଆଲୋଚନା । ସେହିପରି ପ୍ରଶ୍ନକାଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଜଙ୍ଗଲ ପରିବେଶ, ଅନୁସୂଚିତ ଜାତି ଓ ଜନଜାତି, ଶକ୍ତି, ସମବାୟ ଆଦି ବିଭାଗର ଆଲୋଚନା ହେବ । ତେବେ ଦୀର୍ଘ ୫ ଦିନ ହେଲା ଉଭୟ ଶାସକ ଓ ବିରୋଧୀ ଗୃହରେ ହଟ୍ଟଗୋଳ ହେବାରୁ ପ୍ରଶ୍ନକାଳ ହୋଇ ପାରିନାହିଁ । ତେବେ ଆଜି ପ୍ରଶ୍ନକାଳ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି ।

   Related Posts