ଆଜିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ

Published By : Prameya-News7 Bureau | September 04, 2018 IST

ଭୁବନେଶ୍ବର ୪|୯: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ସେପ୍ଟେମ୍ବର ୨୦ ତାରିଖ ଯାଏଁ ଚାଲିବ । ଏହି ଅଧିବେଶନରେ, ୧୧ଟି କାର୍ଯ୍ୟ ଦିବସ ରହିଛି । ତେବେ ବିଧାନସଭା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟାବଳୀରେ ପରିବର୍ତ୍ତନ କରାଯାଇଛି । ପୂର୍ବ କାର୍ଯ୍ୟାବଳୀ ଅନୁଯାୟୀ ଆଜି ଅତିରିକ୍ତ ବଜେଟ୍ ଆଗତ ହୋଇଥାନ୍ତା । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆସିବା ପରେ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବୀ କରାଯିବ । ଅତିରିକ୍ତ ବଜେଟ୍ ବିଲ୍ କୁ ୫ ତାରିଖ ଅର୍ଥାତ ବୁଧବାର ଗୃହରେ ଆଗତ କରାଯିବ । ୬ ତାରିଖରେ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ ଗୃହରେ ଆଗତ ହେବ । ସୋମବାର ବିଧାନସଭାରେ ବସିଥିବା କାର୍ଯ୍ୟ ପରାର୍ମଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ୧୦, ୧୧ ଓ ୧୨ ତାରିଖରେ ଅତିରିକ୍ତ ବଜେଟ୍ ଉପରେ ଆଲୋଚନା ହେବ । ୧୭ ତାରିଖ ଦିନ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରାଯିବ ।ମୌସୁମୀ ଅଧିବେଶନରେ ସମୁଦାୟ ୫ଟି ସରକାରୀ କାର୍ଯ୍ୟ ଦିବସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.