Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଉଭୟ ସରକାରୀ ଓ ବିରୋଧୀ ତୟାର୍

4/09/2018 at 10:22 AM

ଭୁବନେଶ୍ବର ୪|୯: ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଉଭୟ ସରକାରୀ ଓ ବିରୋଧୀ ତୟାର୍ । ବିଧାନସଭାରେ ବିଜେଡି ଓ କଂଗ୍ରେସ୍, ବିଧାୟକ ଦଳ ବୈଠକ ଡାକି ରଣନୀତି ସ୍ଥିର କରିଥିବା ବେଳେ, ପାର୍ଟି ଅଫିସରେ ରଣନୀତି ସ୍ଥିର କରିଛି ବିଜେପି । ସରକାରଙ୍କୁ ଘେରିବାକୁ ବିରୋଧୀ ତିଆରି କରିଛନ୍ତି ଲମ୍ବା ତାଲିକା । ଫସଲ ବୀମା, ଲୋକାୟୁକ୍ତ ନିଯୁକ୍ତି, ପିସି କାରବାର, ଶିକ୍ଷକ ସମସ୍ୟା, ବିଜୁ ଯୁବ ବାହିନୀ, ଆୟୂଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରିବା, ଚାଷୀ ଆତ୍ମହତ୍ୟାଙ୍କୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ବିରୋଧୀ ତିଆରି କରିଛନ୍ତି ବ୍ଲୁ ପ୍ରିଣ୍ଟ । ସରାକରୀ ଦଳ କିନ୍ତୁ କହୁଛି, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ । କେନ୍ଦ୍ରୀୟ ଅବହେଳା ଓ ମହାନଦୀ ସମସ୍ୟାକୁ ପ୍ରସଙ୍ଗ କରିବ ବିଜେଡି ।

   Related Posts