ଓଡିଶାରୁ ପ୍ରତ୍ୟାବର୍ତ୍ତନ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

Published By : Prameya-News7 Bureau | October 28, 2020 IST

ଭୁବନେଶ୍ବର ୨୮।୧୦: ଓଡିଶାରୁ ବିଦାୟ ନେଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଓଡିଶାରୁ ବିଦାୟ ନେଇଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଆଜି ଓଡିଶାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ଭାବେ ବିଦାୟ ନେଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ଦେଶର ଅନ୍ୟ ଅଞ୍ଚଳରେ ବର୍ଷାର ପରିମାଣ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି । ଏହା ସହିତ ସମଗ୍ର ଦେଶରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ରାତିର ତାପମାତ୍ରା କମ୍ ରହିବ । ଜୁନ୍ ପହିଲାରୁ ଏଯାଏଁ ସ୍ବାଭାବିକଠାରୁ ୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ ରୁ ଏଯାଏଁ ୧୨୫୦ ମିଲିମିଟର ବର୍ଷା ହେବା କଥା କିନ୍ତୁ ଚଳିତ ବର୍ଷ ୧୩ ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି ଓ ଝାରସୁଗୁଡାରେ ସର୍ବାଧିକ ବର୍ଷା ହୋଇଛି । ଅକ୍ଟୋବର ମାସରେ ୩ଟି ଲଘୁଚାପ ସୃଷ୍ଟି ହୋଇଥିବାରୁ ସାରା ରାଜ୍ୟରେ ୭୧ ପ୍ରତିଶତ ବର୍ଷା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.