ଚତୁର୍ଥ ସପ୍ତାହରେ ଓଡିଶା ଛୁଇଁଲା ମୌସୁମୀ : ୨୫ ତାରିଖରୁ ପୁଣି ବର୍ଷା ଆରମ୍ଭ

Published By : Prameya-News7 Bureau | June 23, 2019 IST

ଭୁବନେଶ୍ବର ୨୩/୬: ଆରମ୍ଭରୁ ଲୁଚକାଳି ଖେଳିଲାଣି ମୌସୁମୀ । ଜୁନ୍ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡିଶା ଛୁଏଁ । ହେଲେ ଏଥର ଚତୁର୍ଥ ସପ୍ତାହରେ ଓଡିଶା ଛୁଇଁଲା ମୌସୁମୀ । ପାଣିପାଗ ବିଭାଗ କହିବା ଅନୁସାରେ ମୌସୁମୀ ଓଡିଶା ଛୁଇଁଲେ ତିନି ଦିନ ଭଲ ବର୍ଷା ହେବ । ହେଲେ ଦିନଟିଏ ବର୍ଷା ପରେ ଅଧା ଓଡିଶାରୁ ବର୍ଷା ଗାଏବ ।

ଆଜି ପଶ୍ଟିମ ଓ ଦକ୍ଷିଣ ଓଡିଶାର କିଛି ଅଞ୍ଚଳ ଛାଡିଦେଲେ ରାଜ୍ୟର ବାକି ଅଞ୍ଚଳରେ ବର୍ଷା ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାପରେ ଦୁଇଦିନ ବର୍ଷା ନାହିଁ । କିନ୍ତୁ ୨୫ ତାରିଖରୁ ପୁଣିବର୍ଷା ହେବ । ଏବେ ଉପକୂଳ ଓ ଉତ୍ତର ଓଡିଶା ଆକାଶ ମେଘାଛନ୍ନ ରହିବ । ହେଲେ ପଶ୍ଚିମ ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ଭଳ ବର୍ଷା ହେବ । ଆଜି ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ବୌଦ୍ଧର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.