ଓଡିଶାର ୧୬ ଜିଲ୍ଲାକୁ ଛୁଇଁଲା ମୌସୁମୀ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | June 21, 2019 IST

ଭୁବନେଶ୍ବର ୨୧|୬: ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାକୁ ମୌସୁମୀ ଛୁଇଁଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୬ ଜିଲ୍ଲାକୁ ମୌସୁମୀ ଛୁଇଁଛି । ସେଥିମଧ୍ୟରେ ୧୧ଟି ଉପକୂଳ ଜିଲ୍ଲା ଓ ୫ଟି ଆଭ୍ୟନ୍ତରୀଣ ଜିଲ୍ଲା ରହିଛି । ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ଛୁଇଁବ । ୨୩ ତାରିଖ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପୁରୀ, ଗଞ୍ଜାମ, ଗଜପତି, ବାଲେଶ୍ବର ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କଟକ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର ଆଡକୁ ଗତି କରୁଛି । ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.