କେରଳ ଏବଂ ଗୁଜରାଟରେ ପ୍ରବଳ ବର୍ଷା ଏବଂ ବନ୍ୟାରେ ୧୪୨ଲୋକଙ୍କ ପ୍ରାଣହାନୀ, ଅନେକ ନିଖୋଜ : ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଏବଂ ବାୟୁସେନା

Published By : Prameya-News7 Bureau | August 11, 2019 IST

ବେଙ୍ଗାଲୁରୁ ୧୧/୮: ଦକ୍ଷିଣ ଏବଂ ପଶ୍ଚିମ ଭାରତରେ ଜଳ ପ୍ରଳୟ। କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜରାଟ- ଏହି ୪ଟି ରାଜ୍ୟରେ ବନ୍ୟା ତାଣ୍ଡବରେ ଏବେ ସୁଦ୍ଧା ୧୪୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୪ଦିନ ଭିତରେ କେରଳରେ ୫୭ଜଣଙ୍କ ମୃତ୍ୟୁ ହୋଇଛି । ମଧ୍ୟ ଗୁଜରାଟ ଏବଂ ସୌରାଷ୍ଟ୍ରରେ ପ୍ରବଳ ବର୍ଷା ଏବଂ ବନ୍ୟା ୨୨ଜଣଙ୍କ ଜୀବନ ନେଇଛି । ବର୍ଷା ଏବଂ ବନ୍ୟାରେ ଶହ ଶହ କଚ୍ଚା ଘର ଭାଙ୍ଗି ଯାଇଛି ।

{"id":143064}

କେରଳରେ ମାଟି ଅତଡା ତଳେ ଆହୁରି ଅନେକ ଫଶିରହିଥିବା ଆଶଙ୍କା କରାଯାଉଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । କେରଳର ୧୩ଶହ ରିଲିଫ କ୍ୟାମ୍ପରେ ୪୬ହଜାରରୁ ଅଧିକ ପରିବାରକୁ ସ୍ଥାନାନ୍ତର କରାଯାଇଛି । ତେବେ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରୁ ପାଣି ଖସି ଯାଇଥିବାରୁ ଆଜି ବିମାନ ଚଳାଚଳ ଆରମ୍ଭ ହେବାର ସମ୍ଭାବନା ରହିଛି । କେରଳର କିଛି ସ୍ଥାନରେ ରେଳ ଚଳାଚଳ ଆରମ୍ଭ ହୋଇଛି । ତେବେ ଅନେକ ସ୍ଥାନରେ ରେଲୱେ ଟ୍ରାକ ଧୋଇ ଯାଇଥିବାରୁ ରେଳ ଚଳାଚଳ ପାଇଁ ସମୟ ଲାଗିବ ।

{"id":143065}

ସେପଟେ ଗୁଜରାଟରେ ପ୍ରବଳ ବର୍ଷା ନାକେଦନ କରୁଛି । ଆଜି ମଧ୍ୟ ଗୁଜରାଟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରିଛି । କର୍ଣ୍ଣାଟକରେ ବନ୍ୟା ବିତ୍ପାତରେ ଏବେ ସୁଦ୍ଧା ୩୫ଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି । ଆସନ୍ତା ୪୮ଘଣ୍ଚାରେ କର୍ଣ୍ଣାଟକର ୭ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । ବର୍ଷା ଯୋଗୁ ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେବେ ଅନେକ ସ୍ଥାନରେ ଲୋକେ ପାଣି ଘେରରେ ଥିବାରୁ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ଲାଗି ଏନଡିଆରଏଫ ଏବଂ ବାୟୁସେନା ମୁତୟନ ହୋଇଛନ୍ତି ।

{"id":143066}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.