Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଚାଷୀଙ୍କ ପାଇଁ ଖୁସି ଖବର: ଚଳିତ ବର୍ଷ ସ୍ଵାଭାବିକ ହେବ ବର୍ଷା, ଜୁନ ୧ରେ କେରଳ ଛୁଇଁବ ମୌସୁମୀ !

15/04/2020 at 9:29 PM

ନୂଆଦିଲ୍ଲୀ ୧୫।୦୪: ଭାରତୀୟ ପାଣିପାଗ ବିଭାଗ(IMD) ବୁଧବାର ଚଳିତ ବର୍ଷର ପ୍ରଥମ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ନେଇ ପୂର୍ବାନୁମାନ ଜାରି କରିଛି। ଚଳିତ ବର୍ଷ ବର୍ଷା ଝମାଝମ ହେବ। ୧୦୦ ପ୍ରତିଶତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅର୍ଥାତ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ଵାଭାବିକ ରହିବ।

ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ଋତୁରେ ଚଳିତ ବର୍ଷ ୯୬-୧୦୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ପୃଥ୍ଵୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ  କହିଛନ୍ତି ଯେ, ମୌସୁମୀ ସମୟରେ ୨୦୨୦ର ମୌସୁମୀ ବର୍ଷାର ଲମ୍ବା ଅବଧିର ହାର ୧୦୦ ପ୍ରତିଶତ ରହିବାର ଆଶା କରାଯାଉଛି।

କେବେ ଆସିବ ମୌସୁମୀ ?

ଦିଲ୍ଲୀରେ ମୌସୁମୀ ଆସିବାର ତାରିଖ ଜୁନ ୨୯ ପରିବର୍ତ୍ତେ ଜୁନ ୨୭ କୁହାଯାଇଛି। କେରଳରେ ମୌସୁମୀ ଜୁନ ୧ ପର୍ଯ୍ୟନ୍ତ ପ୍ରବେଶ କରିବାର ପୂର୍ବାନୁମାନ କରାଯାଇଛି। ଆଇଏମଡି ମୁତାବକ ଚେନ୍ନାଇରେ ଜୁନ ୪, ପଞ୍ଜାବରେ ଜୁନ ୭, ହାଇଦ୍ରାବାଦରେ ଜୁନ ୮, ପୁଣେରେ ଜୁନ ୧୦ ଓ ମୁମ୍ବାଇରେ ଜୁନ ୧୧ ସୁଦ୍ଧା ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଏଥର ମୌସୁମୀ ୧୦ ଦିନ ବିଳମ୍ବରେ ବିଦାୟ ନେବ। ଜଳବାୟୁରେ ହେଉଥିବା ପରିବର୍ତ୍ତନ କାରଣରୁ ଚଳିତ ମୌସୁମୀ ବର୍ଷା ନେଇ ଆଇଏମଡି ଏହି ପୂର୍ବାନୁମାନ କରିଛି।

ଚାରି ମାସର ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣ ଜୁନ ୧ରୁ କେରଳରୁ ଆରମ୍ଭ ହୋଇଥାଏ। ଏହା ଦେଶର କୃଷି କାର୍ଯ୍ୟ ପାଇଁ ବହୁତ ମହତ୍ଵପୂର୍ଣ୍ଣ ଅଟେ କାରଣ ଦେଶରେ ବାର୍ଷିକ ବର୍ଷାର ୭୫ ପ୍ରତିଶତ ଏହି ମୌସୁମୀରୁ ହିଁ ହୋଇଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀ ଖରିଫ ଫସଲ ଯେପରି ଧାନ, ଡାଲି ଓ ତୈଳ ପାଇଁ ମହତ୍ଵପୂର୍ଣ୍ଣ ହୋଇଥାଏ।

   Related Posts