ପାଣିପାଗ: ୧୮ରୁ ରାଜ୍ୟରେ ପୁଣି ମୌସୁମୀ ହେବ ସକ୍ରିୟ, ଗଜପତିରେ ସ୍ବାଭାବିକଠାରୁ ୫୯ ପ୍ରତିଶତ କମ ବର୍ଷା ରେକର୍ଡ

Published By : Prameya-News7 Bureau | July 16, 2019 IST

ଭୁବନେଶ୍ବର୧୬|୭; ଚଳିତମାସ  ୧୮ତାରିଖରୁ  ରାଜ୍ୟରେ ବଢିବ ବର୍ଷା ।  ସଜିନାଲ ଟ୍ରପଲାଇନ ଏବେ ରାଜସ୍ଥାନରୁ ବଙ୍ଗୋପସାଗର ମୁହାଁ ହେଇଥିବାବେଳ ଦୁର୍ବଳ ମୌସୁମୀ ଏବେ ସକ୍ରିୟ, ଫଳରେ ରାଜ୍ୟର ବିଭିନ୍ନ ସ୍ଥନାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । କନ୍ଧମାଳ, ବଉଦ, ସୋନପୁର , ବଲାଙ୍ଗିର ବରଗଡ଼ ଆଦି ଜିଲ୍ଲା ଭିତରୁ ଗୋଟିଏ ଦୁଇଟି ସ୍ଥନାରେ ପ୍ରବଳ ବର୍ଷିବ । ​‌ ସେପଟେ ରାଜ୍ୟରେ ଆବଶ୍ୟକଠାରୁ ୫୯ ପ୍ରତିଶତ କମ ବର୍ଷିା ହୋଇଥିବାବେଳେ,  ଜିଲ୍ଲାମାନଙ୍କ ଭିତରେ ଗଜପତିରେ ସବୁଠାରୁ କମ ବର୍ଷା ରେକର୍ଡ଼ କରାଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ ର୍ଦୁବଳଥିବା ମୌସୁମୀ ଚଳିତମାସ ୧୮ ତାରଖରୁ ସକ୍ରିୟ ହେବ । ଆଉ ବର୍ଷାର ପରିମାଣ ବଢିବ । ଆମ ରାଜ୍ୟରେ ଭଲ ବର୍ଷା ହେବାକୁ ହେଲେ ସିଜିନାଲ ଟ୍ରାପ ରାଜସ୍ଥାନରୁ ବଙ୍ଗୋପସାଗର ଉପରେ ରହିବା ଦରାକର । ଯାହାକି  କିଛି ଦିନହେଲା ପଂଜାବରୁ ନାଗାଲାଣ୍ଡର ଉତ୍ତର ଦିଗରେ ରହିଥିଲା । ଆଷାଢ ମାସରେ ମୌସୁମୀର ଲଗଣା ବର୍ଷା ପରିବର୍ତ୍ତେ ବୌଶାଖ ମାସ ଭଳି ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପାକାଇଛି । ​‌ ସେପଟେ ପାଣିପାଗ ବିଭାଗର ସୂଚନା ମୁତାବକ ୧୮ରୁ ମୌସୁମୀ ବର୍ଷିବ ଓ ତାତି କମିବ ।

ଆସନ୍ତା ୨୪ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବା ସହିତ ଉତ୍ତର ଓଡ଼ିଶା ସମେତ ସୁନ୍ଦରଗଡ଼,କେନ୍ଦୁଝର, ମୟୁରଭଞ, କେନ୍ଦ୍ରପଡ଼ା  କଳାହାଣ୍ଡି ଆଦି ଜିଲ୍ଲାମାନଙ୍କରେ ଘଡ଼ଘଡି ଓ ବିଜୁଳି ସହିତ ବର୍ଷାର ସମ୍ଭାବନା ରହିଛି ।୧୮ ଓ୧୯ ତାରିଖରେ ଉପକୂଳ ଏବଂ ଅଭ୍ୟନ୍ତରୀଣ ଓଡିଶା ସହିତ ପଶ୍ଚିମଓଡ଼ିଶରେ ବର୍ଷାର ସମ୍ଭାବନା ରହିଛି ।ଏପରକି  କନ୍ଧମାଳ, ନୟାଗଡ଼, ବଉଦ ,ସୋନପୁର, ବଂଲାଗିର, ବରଗଡ଼ ଆଦି ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ରାଜ୍ୟର କିଛି ଦିନ ମୌସୁମୀ ଉଭାନ ହେବା ଫଳରେ ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ଆବଶ୍ୟକଠାରୁ ୨୫ପ୍ରତିଶତ କମବର୍ଷା ରେକର୍ଡ଼ କରାଯାଇଛି । ୧୬ ଜିଲ୍ଲାରେ ବୃଷ୍ଟିପାତ ସ୍ବଭାବିକଠାରୁ କମ ରହିଥିବାବେଳେ ବାକି ୧୪ଟି ଜିଲ୍ଲାରେ ସ୍ବଭାବିକ ରହିଛି । ଜିଲ୍ଲାମନଙ୍କ ଭିତରେ ସବୁଠୁ କମ ବୃଷ୍ଟିପାତ ଗଜପତିରେ ରେକର୍ଡ କରାଯାଇଛି । ଗଜପତିରେ ୫୯ପ୍ରତିଶତ କମ ବର୍ଷା ହୋଇଛି ।

ଆଜି ଅପରାହ୍ନ ଠାରୁ ସନ୍ଧ୍ୟା ମଧ୍ୟରେ ରାଜଧାନୀରେ ଘଡ଼ଘଡି ସହିତ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି । ଗତ ୨୪ଘଣ୍ଟାରେ ବାଲେଶ୍ବରର ଗୋବିନ୍ଦପୁରଠାରେ ସର୍ବାଧିକ ୧୬.୪ମିଲିମିଟର  ବର୍ଷା ରେକର୍ଡ଼ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.