ଫେରିଗଲା ମୌସୁମୀ : ଡେରିରେ ଆସିଥିଲା, ଡେରିରେ ଗଲା

Published By : Prameya-News7 Bureau | October 26, 2021 IST

ନୂଆଦିଲ୍ଲୀ,୨୬/୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୋମବାର ଦିନ ସମଗ୍ର ଭାରତରୁ ପ୍ରତ୍ୟାବର୍ତ୍ତନ କରିଛି । ଅକ୍ଟୋବର ୬ରେ ଏହା ପଶ୍ଚିମ ରାଜସ୍ଥାନ ଓ ଗୁଜରାଟରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥିଲା । ତେବେ ଚଳିତବର୍ଷ ମୌସୁମୀ ଭାରତ ଛାଡିବାରେ ବହୁ ବିଳମ୍ବ ଘଟିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି ।

ସାଧାରଣତଃ ମୌସୁମୀ ସେପ୍ଟେମ୍ବର ୧୭ରେ ଭାରତରୁ ପ୍ରତ୍ୟାବର୍ତ୍ତନ କରେ । ତେବେ ୧୯୭୫ରୁ ଏପର୍ଯ୍ୟନ୍ତ ମୌସୁମୀ ଭାରତ ଛାଡିବାରେ ୭ ଥର ବିଳମ୍ବ ଘଟିଛି । ୨୦୨୦ରେ ସେପ୍ଟେମ୍ବର ୨୮, ୨୦୧୯ରେ ଅକ୍ଟୋବର ୯, ୨୦୧୮ରେ ସେପ୍ଟେମ୍ବର ୨୯, ୨୦୧୭ରେ ସେପ୍ଟେମ୍ବର ୨୭ ଏବଂ ୨୦୧୬ରେ ସେପ୍ଟେମ୍ବର ୧୫ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତ ଛାଡିଥିଲା । ଚଳିତବର୍ଷ ଜୁନରୁ ସେପ୍ଟେମ୍ବର ବର୍ଷାଋତୁରେ ଦେଶରେ ସ୍ୱାଭାବିକ ବର୍ଷା ହୋଇଛି । ୨ଦିନ ବିଳମ୍ବରେ ଜୁନ ୩ରେ ମୌସୁମୀ କେରଳ ଛୁଇଁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.