ଏଥର ଜୁନରେ ମୌସୁମୀ ଏବଂ ବର୍ଷା ସ୍ବାଭାବିକ ହେବ: ଭାରତୀୟ ପାଣିପାଗ କେନ୍ଦ୍ର

Published By : Prameya-News7 Bureau | April 15, 2019 IST

ଭୁବନେଶ୍ବର୧୫|୪: ଏଥର ରାଜ୍ୟରେ ସ୍ବବାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଜୁନ ପ୍ରଥମ ସପ୍ତାହରେ ମୌସୁମୀ ଆସିବା ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମାସ ଭିତରେ ୯୬ ପ୍ରତିଶ ବର୍ଷା ହେବ ବୋଲି ମଧ୍ୟ କୁହାଯାଇଛି ।

ପ୍ରଚଣ୍ଡ ରୌଦ୍ରତାପ ଏବେ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରୁଥିବାବେଳେ ଜୁନରେ ମୌସୁମୀ ଆସିବା ସମ୍ଭାବନା ସମସ୍ତଙ୍କୁ ଆଶ୍ବସ୍ତି ଦେବ ନିଶ୍ଚୟ । ମୌସୁମୀ ସ୍ବଭାବିକ ହେଲେ ଏବଂ ଜୁନରେ ଆସିଲେ ଚାଷକାର୍ଯ୍ୟ ମଧ୍ୟ ଆଗୁଆ ହେବ । ସେଥିପାଇଁ ଚାଷୀ ଆଗୁଆ ପ୍ରସ୍ତୁତି କରିବେ ନିଶ୍ଚୟ । ନିର୍ବାଚନ ପ୍ରକ୍ରିୟା ମେ ୨୩ରେ ସରିବ । ତାପରେ ସରକାର ଗଠନ ମଧ୍ୟ ମେ ମାସ ଶେଷ ସୁଦ୍ଧା ସମାପ୍ତ ହେବ । ତା ସାଂଗକୁ ମୌସୁମୀ ଠିକ ସମୟରେ ଆସିବା ନିଶ୍ଚୟ ଚାଷୀକୂଳ ସମେତ ସମସ୍ତଙ୍କ ପାଇଁ ଭଲ ଖବର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.