୨୪ଘଣ୍ଟା ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ, ୧୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Published By : Prameya-News7 Bureau | June 20, 2019 IST

ଭୁବନେଶ୍ବର ୨୦|୬: ୨୪ଘଣ୍ଟା ମଧ୍ୟରେ ଓଡିଶାକୁ ଛୁଇଁବ ମୌସୁମୀ । ଦକ୍ଷିଣ ଓଡିଶାକୁ ଆସନ୍ତାକାଲି ମୌସୁମୀ  ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ । ଯଦି ପାଗ ଅନୁକୂଳ ରୁହେ ତାହେଲେ ଆସନ୍ତାକାଲି ସୁଦ୍ଧା ମୌସୁମୀ ବାୟୁ ଓଡିଶା ଛୁଇଁବା ସମ୍ଭାବନା ଅଧିକ । ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହୋଇଛି । ଆସନ୍ତା ୪ରୁ ୫ଦିନ ଏଭଳି ପାଗ ରହିବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବା ସମ୍ଭାବନା ରହିଛି । ଏହାସହ ଆସନ୍ତାକାଲିଠାରୁ ପଶ୍ଚିମ ଓଡିଶାରେ ତାପମାତ୍ରା ହ୍ରାସ ପାଇବ । ମୌସୁମୀ ଛୁଇଁବାର ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହୁଛି ।

ଏପଟେ ୧୪ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଏବଂ ଯାଜପୁର । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.