Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନା କାଳରେ ମୌସୁମୀ ଆଣିଲା ଖୁସି ଖବର

6/05/2021 at 7:06 PM

ନୂଆଦିଲ୍ଲୀ ୬/୫: କରୋନା ସଙ୍କଟ ବେଳେ ଖୁସି ଖବର ଆଣିଲା ମୌସୁମୀ। ଠିକ୍‌ ସମୟରେ କେରଳ ଉପକୂଳ ଛୁଇଁବ। ଜୁନ ୧ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ।  ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ଏମ ରାଜୀବନ କହିଛନ୍ତି, ‘ଅନୁମାନ କରାଯାଉଛି ୧ ଜୁନ୍‌ ସୁଦ୍ଧା କେରଳ ଛୁଁଇପାରେ ମୌସୁମୀ। ଏହା ବର୍ତ୍ତମାନର ସଂକେତ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀକୁ ନେଇ ଅଧିକାରୀକ ସୂଚନା ମେ ୧୫କୁ ଆସିବାକୁ ଥିବା ବେଳେ ବର୍ଷାକୁ ନେଇ ୩୧ ମେ’ରେ ସୂଚନା ମିଳିବ।’ 

ତେବେ ପ୍ରାରମ୍ଭିକ ବିଶ୍ଳେଷଣ ଅନୁସାରେ ୧ ଜୁନ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ସଂକେତ ମିଳୁଛି ବୋଲି ​‌ସେ କହିଛନ୍ତି । ଏହା ପୂର୍ବରୁ ୧୬ ଏପ୍ରିଲ୍‌ରେ ଚଳିତବର୍ଷ ୯୮ ପ୍ରତିଶତ ବର୍ଷ ହେବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ।  ବର୍ଷାକୁ ନେଇ କରାଯାଇଥିବା ଅନୁମାନ ଅନୁସାରେ ଏହା ୫ ପ୍ରତିଶତ କମ-ବେଶୀ ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଚଳିତବର୍ଷ ମୌସୁମୀ ସ୍ବାଭାବିକ ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀକୂଳକୁ ଆଶ୍ବିସ୍ତି ଦେବ ନିଶ୍ଚିତ। ବିଶେଷ କରି କରୋନା କାଳରେ ଭାରତୀୟ ଅର୍ଥନୀତି ପ୍ରତି ଏହା ଏକ ଭଲ ଖବର। ତେବେ ପାଣିପାଗ ବିଭାଗ ପକ୍ଷରୁ ପ୍ରତି ଗୁରୁବାର ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟ (ଇଆରଏଫ) ରିଲିଜ୍‌ କରାଯାଏ । ଆଇଏମଡି ନିଜର ଦ୍ବିତୀୟ ରେଞ୍ଜ ଫୋରକାଷ୍ଟ (ଏଆରଆଫ) ମେ ୧୫ରେ ପ୍ରକାଶ କରିବ। ଏଥିରୁ ମୌସୁମୀକୁ ନେଇ ଅଧିକ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଜଣାପଡ଼ିଛି।

   Related Posts