Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ମୁଖ୍ୟ ଭୂ-ଭାଗକୁ ପ୍ରବେଶ ପରେ ସକ୍ରିୟ ହେଉଛି ମୌସୁମୀ, ଆଗାମୀ ୪୮ ଘଣ୍ଟାରେ ଏହି ସବୁ ରାଜ୍ୟ ଦେଖିବେ ପ୍ରଭାବ

10/06/2019 at 4:06 PM

ନୂଆଦିଲ୍ଲୀ ୧୦।୬:  ନିର୍ଦ୍ଧାରିତ ସମୟର ପ୍ରାୟ ଏକ ସପ୍ତାହ ବିଳମ୍ବରେ ଭାରତୀୟ ଭୂ-ଭାଗକୁ ପ୍ରବେଶ କରିଛି ମୌସୁମୀ। କେରଳ ଛୁଇଁବା ପରଠାରୁ ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରେ ଆରମ୍ଭ ହୋଇଥିବା ବର୍ଷା କ୍ରମଶଃ ରାଜ୍ୟର ଅନ୍ୟଜିଲ୍ଲାମାନଙ୍କରେ ହେଉଥିବା ବେଳେ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରମଧ୍ୟକୁ ନ ଯିବା ଲାଗି ପାଣିପାଗ ବିଭାଗ ସତର୍କତା ଜାରୀ କରିଛନ୍ତି। ତେବେ ଆଗାମୀ ୪୮ ଘଣ୍ଟାରେ ମୌସୁମୀ ଆହୁରି  ସକ୍ରିୟ ହୋଇ ଦେଶର ପୂର୍ବୋତ୍ତର କ୍ଷେତ୍ରର ପାଣିପାଗରେ ବଡଧରଣର ପରିବର୍ତ୍ତନ ଆଣିପାରେ ବୋଲି ବିଭାଗ ପୂର୍ବାନୁମାନ କରିଛନ୍ତି।

ମୁମ୍ବାଇରେ ରବିବାର ପ୍ରାକ୍ ମୌସୁମୀ ବର୍ଷା ଲୋକଙ୍କୁ ଗ୍ରୀଷ୍ମରୁ ମୁକ୍ତ କରିଛି। ଏବେ ମୌସୁମୀଅଧିକ ସକ୍ରିୟ ହୋଇ ଆଗକୁ ବଢୁଥିବାରୁ ଦକ୍ଷିଣ ଉପକୂଳବର୍ତ୍ତି ରାଜ୍ୟମାନଙ୍କରେ ମଧ୍ୟ ବର୍ଷା ଆଶଙ୍କା କରାଯାଉଛି।ଗତ ବର୍ଷମାନଙ୍କରେ   ମୌସୁମୀ ମେମାସ  ଶେଷ ଅଥବା ଜୁନ ପହିଲାସୁଧା କେରଳ ଉପକୂଳରେ ପହଞ୍ଚି ଯାଇଥାଏ। ହେଲେ ଚଳିତବର୍ଷ ପାଣିପାଗରେ ପରିବର୍ତ୍ତନ ହୋଇଛି। ନିର୍ଦ୍ଧାରିତ ସମୟର ୧ ସପ୍ତାହ ବିଳମ୍ବରେ ମୁଖ୍ୟଭ-ଭାଗକୁ ପ୍ରବେଶ କରିଥିବାବେଳେ ଓଡିଶା ଏବଂ ପଡୋଶୀ ରାଜ୍ୟମାନଙ୍କୁ ମୌସୁମୀ ପହଞ୍ଚିବାରେ ଆହୁରି ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛନ୍ତି। 

ସାଧାରଣତଃ ଜୁନ ୧୦ ଓଡିଶାକୁ ମୌସୁମୀ ପହଞ୍ଚିବାର ନିର୍ଦ୍ଧାରିତ ସମୟ। ତେବେ ମୌମସୁମୀ ବିଳମ୍ବ ଯୋଗୁ ଉପକୂଳ ସମେତ ସମଗ୍ର ରାଜ୍ୟରେ ଏବେବି ଗ୍ରୀଷ୍ମ ଲହରି ଜାରି ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଆକାଶ ବାଦଲ ଛାଇ ରହୁଥିବାରୁ ଏଭଳି ପାଗ ଅନୁଭୂତ ହେଉଥିବା ଆଞ୍ଚଳିକ ପାଣିପାଗ ବିଭାଗ କହିଛନ୍ତି।ତେବେ ଉପକୂଳ ଓଡିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ହୋଇଥିଲେ ହେଁ ଆଭ୍ୟନ୍ତରିଣ ଓ ପଶ୍ଚିମ ଓଡିଶାର ଅନେକ ସହରାଞ୍ଚଳର ଦିନବେଳା ତାପମାତ୍ରା୪୦ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚୁଛି।

   Related Posts