ଆୟୁଷ ମନ୍ତ୍ରଣାଳୟ ଜାରି କଲା ଗାଇଡଲାଇନ୍ : ବର୍ଷା ଦିନେ ଫ୍ଲୁରୁ ବର୍ତ୍ତିବା ପାଇଁ ଅବଲମ୍ବନ କରନ୍ତୁ ଏହି ସବୁ ଉପାୟ

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୩/୭: ବର୍ଷା ଋତୁରେ ମ୍ୟାଲେରିଆ ଏବଂ ଡେଙ୍ଗୁର ଆଶଙ୍କା ବଢ଼ିଯାଇଥାଏ। ଆୟୁଷ ମନ୍ତ୍ରଣାଳୟ ଭାଇରାଲ,ଫ୍ଲୁ ଏବଂ ଭାଇରସରୁ ବର୍ତ୍ତିବା ପାଇଁ ଅନେକ ଦେଶୀ ଉପାୟ କହିଛନ୍ତି। ମନ୍ତ୍ରଣାଳୟ କହିବା ଅନୁସାରେ ମୌସୁମୀରେ ରୋଗର ଲକ୍ଷଣ  ହେଉଛି ଛିଙ୍କ-କାଶ,ଜ୍ବର ଏବଂ ତଣ୍ଟି ଦରଜ। କିଛି ଉପାୟ ଦ୍ବାରା ଏଥିରୁ ବର୍ତ୍ତି ହେବ। ଆସନ୍ତୁ ଜାଣିବା ଏହା ବିଷୟରେ

ମୌସୁମୀରେ ସୁସ୍ଥ ରହିବାର ଉପାୟ :

- ସାଧାରଣତଃ ଗ୍ରୀଷ୍ମ ଋତୁରେ ଲୋକେ ହଳଦୀ କ୍ଷୀର ପିଇ ନଥାନ୍ତି କିନ୍ତୁ ଏଥର କରୋନା ଭାଇରସର ବିପଦକୁ ଦେଖି ମନ୍ତ୍ରଣାଳୟ ଏହି ଋତୁରେ ବି ହଳଦୀ କ୍ଷୀର ପିଇବାକୁ ପରାମର୍ଶ ଦେଇଛି। କାଶ,ଜ୍ବର,ଶ୍ବାସ ସହ ଜଡ଼ିତ ସମସ୍ୟା ଏବଂ ତଣ୍ଟିବ୍ୟଥାରୁ ବର୍ତ୍ତିବା ପାଇଁ ଦିନରେ ଥରେ ହଳଦୀ କ୍ଷୀର ପିଅନ୍ତୁ। କ୍ଷୀରରେ ହଳଦୀ ମାତ୍ରା ପ୍ରତି ଧ୍ୟାନ ଦିଅନ୍ତୁ। ଏକ ଗ୍ଲାସ୍ କ୍ଷୀରରେ ମାତ୍ର ଏକ ଚତୁର୍ଥାଂଶ ଚାମଚ ହଳଦୀ ମିଶାନ୍ତୁ।

- ଏହି ଋତୁରେ ଷ୍ଟିମ୍ ନେବା ଅତ୍ୟନ୍ତ ଲାଭଦାୟକ। ଏହା ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଚିକିତ୍ସା ଭାବେ କାମ କରିଥାଏ। ଏହା ଦ୍ବାରା ବନ୍ଦ ନାକ ଏବଂ ଗଳା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏଥିପାଇଁ ଗରମ ପାଣିରେ ଭିକ୍ସ କିମ୍ବା ପୋଦିନହରା ପକାଇ ଷ୍ଟିମ୍ ନିଅନ୍ତୁ। ଗରମ ପାଣିରେ ଲବଙ୍ଗ ତେଲ,ଟି-ଟ୍ରି ଅୟେଲ୍ କିମ୍ବା ଲେମନ୍ ଗ୍ରାସ୍ ଅୟେଲ୍ ମିଶାଇ ଷ୍ଟିମ୍ ନେଇ ପାରିବେ।

- ମନ୍ତ୍ରଣାଳୟ ଇମ୍ୟୁନିଟି ମଜବୁତ କରିବା ପାଇଁ ଖାଇବା ପିଇବା ସମୟରେ ମଧ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଋତୁରେ ତାଜା ଖାଦ୍ୟ ଖାଆନ୍ତୁ।

ମନସୁନରେ ହେଉଥିବା ଫ୍ଲୁର ଲକ୍ଷଣ ଏବଂ କରୋନା ଭାଇରସର ଲକ୍ଷଣ ଏକାଭଳି ହୋଇଥାଏ। ଏପରି ପରିସ୍ଥିତିରେ ଏଗୁଡ଼ିକ ଜାଣି ରଖିବା ନିହାତି ଜରୁରୀ। ମୌସୁମୀରେ ଲୋକଙ୍କୁ ଖାସ୍ କରି କାଶ,ଶରୀର ଯନ୍ତ୍ରଣା,ମୁଣ୍ଡବ୍ୟଥା,ମାଂସପେଶୀ ସଙ୍କୋଚନ,ନାକ ବନ୍ଦ ହୋଇଯିବା ଏବଂ ଶ୍ବାସ ଜନିତ ସମସ୍ୟା ପରିଲକ୍ଷିତ ହୋଇଥାଏ। ଯଦି ଆପଣଙ୍କୁ ଘରୋଇ ଉପଚାରରେ ସାହାଯ୍ୟ ମିଳୁନାହିଁ ତେବେ ନିଜ ଡାକ୍ତରଙ୍କ ସହ ତୁରନ୍ତ ସମ୍ପର୍କ କରନ୍ତୁ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.