Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ମୌସୁମି ଆସିଲା, ଛୁଇଁଲା, ପୁଣି କୁଆଡ଼େ ଉଭାନ୍ ହୋଇଗଲା: ୨୮ରୁ ପୁଣି ବର୍ଷା

24/06/2019 at 5:48 PM

ଭୁବନେଶ୍ବର୨୪|୬: ମୌସୁମି ଆସିଲା, ଛୁଇଁଲା । ପୁଣି କୁଆଡ଼େ ଉଭାନ୍‌ ହୋଇଗଲା । ତିନି ଦିନ ଧରି ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଯେଉଁ ଅନୁମାନ କରିଥିଲା ତାହା କିନ୍ତୁ ହେଲାନି । ମୌସୁମୀ ଛୁଇଁବାର ଦ୍ବିତୀୟ ଦିନରୁ ଟାଇଁ ଟାଇଁ ଖରା ଗରମ ଓ ଗୁଳୁଗୁଳି ମୌସୁମୀର ଉପସ୍ଥିତିକୁ ମଳିନ କରିଛି । ଏବେ ପାଣି ବିଭାଗ କହୁଛି ୩ଦିନ ପରେ ପୁଣି ବର୍ଷିବ ମୌସୁମୀ । ବିଳମ୍ବରେ ଆସିଲା ତ ଆସିଲା, ଏବେ ପୁଣି ଲୁଚକାଳି ଖେଳୁଛି ମୌସୁମୀ । …

ଜୁନ୍ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଏଁ । ହେଲେ ଏଥର ଚତୁର୍ଥ ସପ୍ତାହରେ ଆସିଲା । ଓଡ଼ିଶା ଛୁଇଁବାର ତିନି ଦିନ ପର୍ଯ୍ୟନ୍ତ ଭଲ ବର୍ଷା ହେବା କଥା । ପାଣିପାଗ ବିଭାଗ ବି ସେୟାହିଁ ଅନୁମାନ କରିଥିଲା । ହେଲେ ପ୍ରଥମ ଦିନ ବର୍ଷିବା ପରେ କୁଆଡ଼େ ଉଭାନ୍‌ ହୋଇଯାଇଛି ମୌସୁମୀ । ଏବେ ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ୩ଦିନ ପରେ ପୁଣି ମୌସୁମୀ ବର୍ଷିବ । କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓଡ଼ିଶା ଉପରୁ ହଟି ପଶ୍ଚିମବଙ୍ଗ ମୁହାଁ ହୋଇଛି । ତେଣୁ ଆସନ୍ତା ତିନି ଦିନ ପାଗ ଶୁଖିଲା ରହିବ । ୨୮ରୁ ପୁଣି ବର୍ଷା ହେବ ।  ବିଳମ୍ବରେ ଆସିଲା ତ ଆସିଲା, ଏବେ ପୁଣି ଲୁଚକାଳି ଖେଳୁଛି ମୌସୁମୀ ।

ବର୍ତମାନ ରାଜ୍ୟର ମୌସୁମୀ ଛୁଇଁସାରିଥିବା ବେଳେ, ସ୍ଥିତି ସ୍ବାଭାବିକ ରହିଛି । ତେବେ ଆଗାମୀ ୩ଦିନ ବର୍ଷାର ପ୍ରଭାବ କମ୍‌ ରହିବ ।  ମାଲକାନଗିରି, କୋରାପୁଟରର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି ।

୨୫ତାରିଖ ମଧ୍ୟାହ୍ନ ପରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହେବ । ୨୬ରେ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନକୁ ଭିଜାଇପାରେ ମୌସୁମୀ । ହେଲେ ଆରମ୍ଭରୁ ମୌସୁମୀର ଏହି ଲୁଚକାଳି ଖେଳକୁ ନେଇ ଅଧିକ ଚିନ୍ତାରେ ଅଛନ୍ତି ଚାଷୀ ।

   Related Posts