ବର୍ଷାଦିନେ ବଢ଼ି ଯାଇଥାଏ ସଂକ୍ରମଣର ଆଶଙ୍କା : ଏହି ୫ଟି ଜିନିଷ ଦ୍ବାରା ବଢ଼ାନ୍ତୁ ନିଜ ରୋଗ ପ୍ରତିରୋଧକ ଶକ୍ତି

Published By : Prameya-News7 Bureau | July 15, 2020 IST

ବର୍ଷା ଦିନେ ଫ୍ଲୁ ଏବଂ ସଂକ୍ରମଣର ଆଶଙ୍କା ବଢ଼ି ଯାଇଥାଏ। ଏହି ଋତୁରେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ। କୌଣସି ପ୍ରକାରର ସଂକ୍ରମଣ କିମ୍ବା ଭାଇରସରୁ ବର୍ତ୍ତିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହେବା ଜରୁରୀ। ଆସନ୍ତୁ ଜାଣିବା ଡାୟେଟରେ କେଉଁ ଜିନିଷ ସାମିଲ କରି ଆପଣ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରିବେ।

{"id":300776,"sizeSlug":"large"}

୧. ଲେମନ୍ ଗ୍ରାସ୍ : ଲେମନ ଗ୍ରାସ୍ ଭଳି ଔଷଧୀୟ ବୃକ୍ଷ ବିଷୟରେ ଆପଣ ପୂର୍ବରୁ କେବେ ଶୁଣିନଥିବେ। ଏହି ବୃକ୍ଷର ତେଲ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଲାଭଦାୟକ ହୋଇଥାଏ। ଭାଇରାଲ୍ ଫିବର,କାଶ ଏବଂ ଥଣ୍ଡାରେ ମଧ୍ୟ ଏହା ବ୍ୟବହାର କରାଯାଇଥାଏ। ପେଟ,ଅନ୍ତ ଏବଂ ୟୁରିନାରି ଟ୍ରାକ୍ଟରେ ସଂକ୍ରମଣରୁ ଏହା ତୁରନ୍ତ ଉପଶମ ଦେଇଥାଏ।

{"id":300771,"width":592,"height":444,"sizeSlug":"large"}

୨. ଅଦା : ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଅଦା ମଧ୍ୟ କୌଣସି ଚମତ୍କାରୀ ଔଷଧଠୁ କମ୍ ନୁହେଁ। ଏଥିରେ ଥିବା ଆଣ୍ଟି ମାଇକ୍ରୋବିୟଲ୍ ଏବଂ ଆଣ୍ଟି ଫଙ୍ଗଲ୍ ତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତି ପାଇଁ ଲାଭଦାୟକ ହୋଇଥାଏ। ଆପଣ ତରକାରୀ ବ୍ୟତୀତ ଜୁସ୍,ସୁପ୍ ଏବଂ ଚଟଣୀରେ ମଧ୍ୟ ଏହା ବ୍ୟବହାର କରି ପାରିବେ।

{"id":300772,"sizeSlug":"large"}

୩. ହଳଦୀ : ହଳଦୀରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଏକ ଚାମଚ ଗୋଲମରିଚ ଚୂର୍ଣ୍ଣ,ଏକ ଛୋଟ ଚାମଚ ହଳଦୀ ଚୂର୍ଣ୍ଣ ଏବଂ ଏକ ଚାମଚ ଶୁଣ୍ଠି ଅର୍ଥାତ୍ ଅଦା ପାଉଡରକୁ ଏକ କପ୍ ପାଣିରେ ପକାଇ ଗରମ କରି ଦିଅନ୍ତୁ। ଏହା ପାଣି ଫୁଟାଇବା ପରେ ଅଧା ରହିଗଲେ ଏହାକୁ ଥଣ୍ଡା କରି ପିଅନ୍ତୁ।

{"id":300773,"sizeSlug":"large"}

୪. ତୁଳସୀ : ତୁଳସୀରେ ଆଣ୍ଟି ବାୟୋଟିକ୍ ଗୁଣ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରି ଶରୀରକୁ ଭାଇରସ୍ ସହ ଲଢ଼ିବା ପାଇଁ ଶକ୍ତି ଦେଇଥାଏ। ଏକ ଚାମଚ ଲବଙ୍ଗ ଚୂର୍ଣ୍ଣ ଏବଂ ୧୦ରୁ ୧୫ଟି ତୁଳସୀର ତାଜା ପତ୍ରକୁ ଏକ ଲିଟର ପାଣିରେ ପକାଇ ଏତେ ଫୁଟାନ୍ତୁ ଯେ ଏହା ଶୁଖି ଅଧା ନ ରହିଯାଉ। ଏହା ପରେ ଏହାକୁ ଛାଣନ୍ତୁ ଏବଂ ଥଣ୍ଡା କରି ପ୍ରତି ଘଣ୍ଟାରେ ପିଅନ୍ତୁ।

{"id":300774,"sizeSlug":"large"}

୫. ଧନିଆ : ଧନିଆ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଏଥିପାଇଁ ଏହା ଭାଇରାଲ୍ ଜ୍ବର ଭଳି ଅନେକ ରୋଗକୁ ଭଲ କରିଥାଏ। ଭାଇରାଲ୍ ଜ୍ବରକୁ ଭଲ କରିବା ପାଇଁ ଧନିଆ ଚା ଅତ୍ୟନ୍ତ ପ୍ରଭାବଶାଳୀ ଔଷଧ। ବର୍ଷା ଦିନେ ଏହି ଚା ଆପଣଙ୍କୁ ସବୁଦିନ ସନ୍ଧ୍ୟାରେ ପିଇବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.