Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ଫେରିବ ମୌସୁମୀ, ୫ଦିନ ଯାଏଁ ଶୁଖିଲା ରହିବ ପାଗ

27/10/2020 at 4:05 PM

ଭୁବନେଶ୍ବର ୨୭।୧୦: ଆଗାମୀ ୨୪ ଘଣ୍ଟା ଭିତରେ ଦେଶ ଓ ଓଡିଶାରୁ ମୌସୁମୀ ଫେରିବ । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ ସୂଚନା ଦେଇଛନ୍ତି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ସାରା ପାଗ ଶୁଖିଲା ରହିବ । ରାତିରେ ତାପମାତ୍ରା କମ୍ ରହିବ । ଜୁନ୍ ୧ ତାରିଖରୁ ଆଜି ଯାଏଁ ସ୍ବାଭାବିକଠାରୁ ୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ୧୨୫୦ ମିଲିମିଟର ବର୍ଷା ହେବା କଥା କିନ୍ତୁ ୧୩୦୦ ମିଲିମିଟର ବର୍ଷା ହୋଇଛି ।

ମାଲକାନଗିରି ଓ ଝାରସୁଗୁଡାରେ ସର୍ବାଧିକ ବର୍ଷା ହୋଇଛି । ଅକ୍ଟୋବର ମାସରେ ତିନୋଟି ଲଘୁଚାପ ସୃଷ୍ଟି ହୋଇଥିବାରୁ ସାରା ରାଜ୍ୟରେ ୭୧ ପ୍ରତିଶତ ବର୍ଷା ହୋଇଥିଲା । ଭୁବନେଶ୍ବର ଓ କଟକ ଆକାଶ ମେଘମୁକ୍ତ ରହିବ । ଆଗାମୀ ୫ ଦିନ ଯାଏଁ ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୩୨ଡିଗ୍ରୀ ଓ ସର୍ବନିମ୍ନ ୨୦ଡିଗ୍ରୀ ରହିବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ପାଣିପାଗ ନିର୍ଦ୍ଦେଶକ ।

   Related Posts