Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ସ୍କାଇମେଟ୍‌ର ଘୋଷଣା: ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମି

30/05/2020 at 3:08 PM

ନୂଆଦିଲ୍ଲୀ ୩୦।୦୫: ଦେଶରେ କରୋନା ସଂକ୍ରମଣର ପ୍ରକୋପ ମଧ୍ୟରେ ଶୁକ୍ରବାର ମୌସୁମିକୁ ନେଇ ଆସିଛି ଖୁସିର ଖବର। ଘରୋଇ ପାଣିପାଗ ଏଜେନ୍ସି ସ୍କାଇମେଟ୍‌ ଦେଶରେ ମୌସୁମି ପ୍ରବେଶ କରିଥିବା ଘୋଷଣା କରିଛି। ମାତ୍ର ଆଇଏମଡି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରି ନାହିଁ। ମୌସୁମି ଶୁକ୍ରବାର କେରଳ ଛୁଇଁଛି। ସାଧାରଣତଃ ଦେଶରେ ଜୁନ ୧ରେ ମୌସୁମି ପ୍ରବେଶ କରିଥାଏ। ମାତ୍ର ଏଥର ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମି କେରଳ ଛୁଇଁଛି। ଚଳିତ ବର୍ଷ ମୌସୁମି ବର୍ଷା ସ୍ଵାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଯାହା ଚାଷୀକୂଳ ସହିତ ଦେଶ ପାଇଁ ବହୁତ ବଡ ଆଶ୍ଵସ୍ତିକର କଥା।

ଭାରତୀୟ ପାଣିପାଗ ବିଭାଗ(IMD) ପୂର୍ବରୁ ହିଁ ଚଳିତ ବର୍ଷ ମୌସୁମି ବର୍ଷା ସ୍ଵାଭାବିକ ରହିବ ବୋଲି ପୂର୍ବାନୁମାନ କରିଛି। ଗତ ବର୍ଷ ଜୁନ ୮ରେ ମୌସୁମି କେରଳ ଛୁଇଁଥିଲା। ମାତ୍ର ଏଥର ମେ ୩୦ରେ ମୌସୁମିର ଆଗମନ ହୋଇଛି।

ସ୍ଵାଭାବିକ ମୌସୁମି ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ବହୁତ ହିଁ ମହତ୍ଵପୂର୍ଣ୍ଣ। ଅର୍ଥବ୍ୟବସ୍ଥା ପୂର୍ବରୁ ହିଁ ମାନ୍ଦାରେ ଗତି କରୁଛି। କରୋନା ସଂକ୍ରମଣ ପ୍ରକୋପରେ ଭାରତ ସମେତ ବିଶ୍ଵ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗି ଯାଇଛି। ଏବେ ଝମାଝମ ମୌସୁମି ବର୍ଷା ଦେଶର ମାନ୍ଦାବସ୍ଥାକୁ ଦୂର କରିବ।

ଭାରତ କୃଷି ପ୍ରଧାନ ଦେଶ ଦୃଷ୍ଟିରୁ ମୌସୁମି ସ୍ଵାଭାବିକ ରହିବା ଦେଶର ଅର୍ଥବ୍ୟବସ୍ଥା ଲାଗି ଶୁଭ ସଙ୍କେତ। ଭାରତରେ ଅଧିକାଂଶ ଖରିଫ ଫସଲ ମୌସୁମି ବର୍ଷା ଉପରେ ନିର୍ଭର। ଭଲ ମୌସୁମିରେ ଫସଲ ଭଲ ଉତ୍ପାଦନ ହୋଇଥାଏ। ଏଥିରେ କୃଷକଙ୍କ ଆୟ ବଢିଥାଏ।

   Related Posts