ରାଜ୍ୟରେ ପୁଣି ସକ୍ରିୟ ମୌସୁମୀ ବାୟୁ
26/06/2018 at 5:40 AM

ରାଜ୍ୟରେ ପୁଣି ସକ୍ରିୟ ମମୌସୁମୀ ବାୟୁ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଗତକାଲିଠୁ ବର୍ଷା ଜାରି ରହିଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ହେଉଛି । ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ସହ ଘଡଘଡି ଓ ଘୂର୍ଣ୍ଣିଝଡର ମଧ୍ୟ ଆଶଙ୍କା ରହିଛି । ଆସନ୍ତା
୨୪ ଘଣ୍ଟା ମଧ୍ୟରେ ମୌସୁମୀ ସାରା ରାଜ୍ୟକୁ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
Related Posts
ରାଜଧାନୀରେ ଘନ କୁହୁଡି
24 January 2021
ଫିଲପାଇନସ୍ରେ ଭୀଷଣ ଭୂ-କମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୦
21 January 2021