ଟ୍ରାକ୍ଟରରେ ମାଟି ଲୋଡ୍ ବେଳେ ଅଘଟଣ, ମାଟି ଅତଡା ଧସି ନାବାଳକ ମୃତ

Published By : Prameya-News7 Bureau | July 28, 2021 IST

ଆନନ୍ଦପୁର ୨୮।୭: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଦ୍ମପୁର ଗାଁରେ ଟ୍ରାକ୍ଟରରେ କାମ କରିବାକୁ ଆସିଥିବା ଜଣେ ଶ୍ରମିକଙ୍କ ଉପରେ ମାଟି ଅତଡା ଖସିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ସଡଙ୍ଗି ଗାଁର ମଦନ ହୋଙ୍କ ୧୪ ବର୍ଷୀୟ ପୁଅ ବନମାଳୀ ହୋ ବୁଧବାର ସକାଳୁ ଟ୍ରାକ୍ଟରରେ ଶ୍ରମିକ କାମ କରିବାକୁ ଆସିଥିଲେ।

ଟ୍ରାକ୍ଟରରେ ମାଟି ଲୋଡ଼ ହେଉଥିବା ବେଳେ ଅଚାନକ ଲୋଡ଼ ସ୍ଥାନରୁ ମାଟି ଅତଡା ଖସି ଯାଇଥିଲା । ଫଳରେ ତଳେ ଥିବା ବନମାଳୀଙ୍କ ଉପରେ ମାଟି ପଡିଯିବାରୁ ସେ ମାଟି ତଳେ ଚାପି ହୋଇଯାଇଥିଲେ ।  ସ୍ଥାନୀୟଲୋକେ ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.