Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଖୁସି ଖବର : ମନୋକ୍ଲୋନାଲ ଆଣ୍ଟିବଡି ହେବ କରୋନା ଚିକିତ୍ସାରେ ସଞ୍ଜିବନୀ, ଆସନ୍ତା ସପ୍ତାହରୁ ହ୍ୟୁମାନ୍ ଟ୍ରାଏଲ୍

16/09/2020 at 2:50 PM

ନୂଆଦିଲ୍ଲୀ, ୧୬/୦୯: କରୋନା ମହାମାରୀ ସହ ଲଢ଼ିବା ପାଇଁ ବିଶ୍ୱବ୍ୟାପୀ ବୈଜ୍ଞାନିକ ଅଣ୍ଟା ଭିଡିଛନ୍ତି। କରୋନା ବିରୋଧରେ ଟିକା ବିକଶିତ କରିବା ହେଉ କି କରୋନା ଔଷଧ ପ୍ରସ୍ତୁତି ହେଉ ଅକ୍ସଫୋର୍ଡ ୟୁନିଭର୍‌ସିଟି ବେଶ୍‌ ଆଗରେ ରହିଛି। ଏଠାରେ ତିଆରି ହୋଇଥିବା ‘ଡେକ୍ସାମେଥାସୋନ ଷ୍ଟିରଏଡ’ ଅନେକ କରୋନା ରୋଗୀଙ୍କ ଜୀବନ ବଞ୍ଚାଇ ପାରିଛି। ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ି ଅକ୍ସଫୋର୍ଡ ୟୁନିଭର୍‌ସିଟି ଏବଂ ଆମେରିକାର ବାୟୋଟେକ କମ୍ପାନୀ ‘ରେଗେନେରୋନ’ର ବୈଜ୍ଞାନିକମାନେ ମିଳିତ ଭାବେ କରୋନା ବିରୋଧରେ ‘ମନୋକ୍ଲୋନାଲ ଆଣ୍ଟିବଡି’ ବିକଶିତ କରିଛନ୍ତି । ଏହି ଆଣ୍ଟିିବଡି କରୋନା ରୋଗୀଙ୍କ ନିମନ୍ତେ ସଞ୍ଜିବନୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଇଛି । ଆସନ୍ତା ସପ୍ତାହଠାରୁ ୨୦୦୦ ରୋଗୀଙ୍କ ଉପରେ ଏହାର ପରୀକ୍ଷା ମୂଳକ ପ୍ରୟୋଗ କରାଯିବ।

ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବା ପରେ ତା’ ଶରୀରରେ କରୋନା ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ଆଣ୍ଟିବଡି ଭାଇରସ ସହ ଲଢ଼ି ଏହାକୁ ନଷ୍ଟ କରି ଦେଇଥାଏ, ଯାହା ଦ୍ୱାରା ଜଣେ ରୋଗୀ ସୁସ୍ଥ ହୁଏ। କିନ୍ତୁ ଏ କ୍ଷେତ୍ରରେ ବୈଜ୍ଞାନିକମାନେ ଲ୍ୟାବ୍‌ ମଧ୍ୟରେ ଅନେକଗୁଡିଏ ଆଣ୍ଟିବଡି ପ୍ରସ୍ତୁତକରି ଏହାକୁ କରୋନା ସହ ଲଢ଼ିବାକୁ ଛାଡି ଦେଇଥିଲେ। ଯେଉଁ ୨ଟି ଆଣ୍ଟିବଡି ସର୍ବୋକୃଷ୍ଟ ଫଳାଫଳ ଦେଲା ତା’ର ମନୋକ୍ଲୋନ ପ୍ରସ୍ତୁତ କରିଥିଲେ । ଅର୍ଥାତ୍‌ ସେହିଭଳି ଅନେକଗୁଡିଏ ଆଣ୍ଟିବଡି ପ୍ରସ୍ତୁତ କରିଥିଲେ । ଉଭୟ ଆଣ୍ଟିବଡିର ସମ୍ମିଶ୍ରଣକୁ ପ୍ରୟୋଗ କରିବା ଦ୍ୱାରା ଏହା କରୋନା ବିରୋଧରେ ଲଢ଼ିବାରେ ସକ୍ଷମ ହେଉଥିବା ଜଣାପଡିଥିଲା । ଅନେକ କ୍ଷେତ୍ରରେ କରୋନା ଶରୀରରେ ମଧ୍ୟରେ ଏହାର ରୂପ ବଦଳାଉଥିବା ଦେଖିବାକୁ ମିଳେ । ଏଣୁ ଯଦି ଗୋଟିଏ ଆଣ୍ଟିବଡି ଭାଇରସକୁ ନଷ୍ଟ କରି ନ ପାରେ ତେବେ ଦ୍ୱିତୀୟ ଆଣ୍ଟିବଡି ଏଥିନିମନ୍ତେ ସକ୍ଷମ ହେବ ବୋଲି ଭାବି ୨ଟି ମନୋକ୍ଲୋନାଲ ଆଣ୍ଟିବଡିକୁ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଇଛି । ଆମେରିକାର ବାୟୋଟେକ କମ୍ପାନି ‘ରେଗେନେରୋନ’ରେ ଉଭୟ ମନୋକ୍ଲୋନାଲ ଆଣ୍ଟିବଡିକୁ ମିଶ୍ରଣ କରାଯାଇଛି । ରେଗେନେରୋନ କମ୍ପାନୀ ଏବୋଲା ଭାଇରସ ବିରୋଧରେ ମଧ୍ୟ ମନୋକ୍ଲୋନାଲ ଆଣ୍ଟିବଡି ବିକଶିତ କରିଥିଲା ଯାହା ଅନେକ ସଂଖ୍ୟାରେ ରୋଗୀଙ୍କ ଜୀବନ ବଞ୍ଚାଇ ପାରିଥିଲା । ଏବୋଲା ଭଳି କରୋନା କ୍ଷେତ୍ରରେ ମଧ୍ୟ ମନୋକ୍ଲୋନାଲ ଚିକିତ୍ସା ପ୍ରଭାବଶାଳୀ ସାବ୍ୟସ୍ତ ହେବ ବୋଲି କମ୍ପାନିର ମୁଖ୍ୟ ଦାବି କରିଛନ୍ତି ।

ବିଭିନ୍ନ ବୟସର ୨୦୦୦ ଲୋକଙ୍କ ଉପରେ ଏହା ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯିବ । କେଉଁ ବୟସର ଲୋକଙ୍କ ଶରୀରରେ ଏହା କେଉଁଭଳି ଭାବେ ପ୍ରତିକ୍ରିୟା ଦେଖାଉଛି ଏହା ସମୀକ୍ଷା କରାଯିବ । ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ଏହା ସହାୟକ ହେଉଛି କି ନାହିଁ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଭେଣ୍ଟିଲେଟର ଏବଂ ଅକ୍ସିଜେନ ସପୋର୍ଟରେ ରହିଥିବା ରୋଗୀମାନଙ୍କୁ ମଧ୍ୟ ଏହି ମନୋକ୍ଲୋନାଲ ଆଣ୍ଟିବଡି ଦିଆଯିବ । ବର୍ତ୍ତମାନସୁଦ୍ଧା ପ୍ଲାଜମା ଥେରାପି, ଆଣ୍ଟିବାୟୋଟିକ ଏବଂ ଷ୍ଟିରଏଡ ଆଦି ଚିକିତ୍ସା ଦ୍ୱାରା ରୋଗୀଙ୍କୁ ସୁସ୍ଥ କରାଯାଇଛି । ଏହି ସବୁ ଚିକିତ୍ସା ପଦ୍ଧତି ଏବଂ ମନୋକ୍ଲୋନାଲ ଚିକିତ୍ସା ପଦ୍ଧତିକୁ ତୁଳନାତ୍ମକ ଭାବେ ସମୀକ୍ଷା କରାଯିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଲ୍ୟାବ୍‌ ମଧ୍ୟରେ ଏହି ଚିକିତ୍ସା ଅନ୍ୟ ସମସ୍ତ ଚିକିତ୍ସା ଠାରୁ ଉନ୍ନତ ଫଳାଫଳ ଦେଇଥିବା ବେଳେ ଏବେ ଏହା ଲାବ୍‌ ବାହାରେ କେଉଁଭଳି ପ୍ରଭାବ ଦେଖାଉଛି ତାହା ଦେଖିବା ବାକି ରହିଛି ।

ଉଲ୍ଲେଖଯୋଗ୍ୟ, ୧୯୮୦ରେ ମନୋକ୍ଲୋନାଲ ଚିକିତ୍ସା ଆରମ୍ଭ ହୋଇଥିଲା । ବିଭିନ୍ନ ପ୍ରକାର ସଂକ୍ରମଣଜନିତ ରୋଗ ବ୍ୟତୀତ କ୍ୟାନ୍‌ସର୍‌ ରୋଗୀଙ୍କ ଚିକିତ୍ସାରେ ଏହାର ବହୁଳ ମାତ୍ରାରେ ପ୍ରୟୋଗ କରାଯାଇଥାଏ । ଟିକା ବିକଶିତ ହେବା ପରେ ଏହି ଚିକିତ୍ସାର ଆବଶ୍ୟକ ହେବ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ କମ୍ପାନି ପକ୍ଷରୁ କୁହାଯାଇଛି, ପ୍ରତ୍ୟେକ କ୍ଷେତ୍ରରେ ଟିକା କାର୍ଯ୍ୟକାରୀ ହୋଇନଥାଏ । ସାଧାରଣତଃ ବୟସ୍କମାନେ ଟିକା ଗ୍ରହଣ କରିବା ପରେ ମଧ୍ୟ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ନଥାଏ । ଏଣୁ ଏହି ଚିକିତ୍ସା ଆଗାମୀ ଦିନମାନଙ୍କରରେ କରୋନା ରୋଗୀଙ୍କୁ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି ।

   Related Posts