Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଖାଦ୍ୟ ଅନ୍ବେଷଣରେ ଆସି ଟାପୁରେ ଫଶିଲେ ମାଙ୍କଡ ପଲ, ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଲାଗି ପ୍ରକ୍ରିୟା ଆରମ୍ଭ କଲେ ବନବିଭାଗ

21/11/2019 at 12:12 PM

ମାଲକାନଗିରି ୨୧।୧୧: ଖାଦ୍ୟ ଅନ୍ବେଷଣରେ ଆସି ଟାପୁରେ ଫଶି ଯାଇଛନ୍ତି ମାଙ୍କଡ ପଲ । ଜଳବନ୍ଦୀ ମାଙ୍କଡଙ୍କୁ ଉଦ୍ଧାର କରିବା ଲାଗି ଆରମ୍ଭ ହୋଇଛି ରେସ୍କ୍ୟୁ ଅପରେସନ । ୫ଦିନ ଧରି ନାନା ଉପାୟ କରିବା ପରେ ବାଧ୍ୟ ହୋଇ ଏବେ ଜଳଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ କରିଛି ବନବିଭାଗ ।

ଛତିଶଗଡ କାଙ୍କେର ଜିଲ୍ଲାର ଦୁଧୁଆ ଜଳଭଣ୍ଡାର ଭିତରେ ଥିବା ଏକ ଟାପୁରେ ଶତାଧିକ ମାଙ୍କଡ ଫଶି ରହିଛନ୍ତି । ଖବର ପାଇ ବନବିଭାଗ ଉଦ୍ଧାର କରିବା ଆରମ୍ଭ କରିଥିଲା । ପାଣି ଭିତରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରି ମାଙ୍କଡଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ହୋଇଥିଲା । ତେବେ ଏଥିରେ ବିଫଳ ହେବାରୁ ଦୁଧୁଆ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଲାଗି ପ୍ରକ୍ରିୟା ଆରମ୍ଭ କରିଛି ବନବିଭାଗ ।

ବୁଧବାବନ୍ଧ ଗାଁ ପାଖ ପାହାଡ଼ରେ ଶତାଧିକ ମାଙ୍କଡ଼ ରହୁଥିଲେ । ଚଳିତ ବର୍ଷ ଗ୍ରୀଷ୍ମ ଋତୁ ବେଳକୁ ଏହି ପାହାଡ଼ରେ ଖାଦ୍ୟ ଅଭାବ ଦେଖିବାକୁ ମିଳିଥିଲା । ତେଣୁ ଖାଦ୍ୟ ଅନ୍ବେଷଣରେ ମାଙ୍କଡ଼ ପଲ ଏଣେ ତେଣେ ବୁଲିବା ଆରମ୍ଭ କରିଥିଲେ। ଶେଷରେ ସେମାନଙ୍କ ମୂଳ ବାସସ୍ଥାନରୁ ଅଳ୍ପ ଦୂରରେ ଥିବା ଗୋଟିଏ ପାହାଡ଼ରେ ପର୍ଯ୍ୟାପ୍ତ ଖାଦ୍ୟର ସନ୍ଧାନ ପାଇ ପଲ ପଲ ହୋଇ ସବୁ ମାଙ୍କଡ଼ ପର୍ଯ୍ୟାୟକ୍ରମେ ଏହି ପାହାଡ଼କୁ ଚାଲି ଆସିଲେ।

କିନ୍ତୁ ମାଙ୍କଡ଼ଙ୍କ ସଂଖ୍ୟା ଏତେ ଅଧିକ ରହିଥିଲା ଯେ କିଛି ମାସ ମଧ୍ୟରେ ହିଁ ସବୁ ଖାଦ୍ୟ ସରିଗଲା। ଯାହାଫଳରେ ସେମାନେ ପୁଣି ଫେରିବା ପାଇଁ ଉଦ୍ୟମ କରିଥିଲେ ବି ବର୍ଷା ଦିନ ଆରମ୍ଭ ହୋଇଯିବାରୁ ଆଉ ଆସିପାରି ନଥିଲେ। ପାହାଡ଼କୁ ଚାରିଆଡ଼ୁ ବର୍ଷା ପାଣି ଘେରି ରହିଥିଲା। ଖାଦ୍ୟ ଅଭାବରୁ ଏହାରି ମଧ୍ୟରେ କିଛି ମାଙ୍କଡ଼ ପ୍ରାଣ ହରାଇଲେ। ବହୁ ମାଙ୍କଡ଼ ଦୁର୍ବଳ ହେବା ସହ ରୋଗରେ ପଡ଼ିଲେ। ପ୍ରାୟ ୩ମାସ ହେଲା ମାଙ୍କଡ଼ଙ୍କୁ ଆଦୌ ଖାଦ୍ୟ ମିଳିନଥିବା କୁହାଯାଉଛି।

   Related Posts