Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ତିନି ମାସ ହେଲା ବିଦ୍ୟୁତ୍ ଟାୱାରରେ ଫଶି ରହିଥିଲେ ୧୧ମାଙ୍କଡ, ପାଣିରେ ବୁଡି ଏବଂ ବିଦ୍ୟୁତ୍ ଆଘାତରେ ମଲେଣି ୫, ଆହୁରି ୬ଟି ମାଙ୍କଡ ଜୀବନ ସହ କରୁଛନ୍ତି ସଂଘର୍ଷ

13/11/2019 at 2:53 PM

ଝାରସୁଗୁଡା ୧୩|୧୧:  ବିପଦରେ ୬ଟି ମାଙ୍କଡ।ସମୁଦାୟ୧୧ ମାଙ୍କଡଙ୍କ ମଧ୍ୟରୁ ୨ଟି ମାଙ୍କଡ ବିଦ୍ୟୁତ ଆଘାତରେ ଓ ଅନ୍ୟ ୩ଟିଣ ପାଣିରେ ବୁଡି ପ୍ରାଣ ହରାଇଥିବା ବେଳେ ଆଉ ୬ଟି ନିଜ ଜୀବନ ନେଇ ସନ୍ଦିହାନ।  ସତସତିକା ମାଙ୍କଡମାନେ ଖେଳୁ ଖେଳୁ ନିଜ ଜୀବନ ବାଜିରେ ଲାଗିଥିବା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ । ଉପରକୁ ଗଲେ ବିଦ୍ୟୁତର ଭୟ ତଳକୁ ଗଲେ ପାଣିରେ ବୁଡିଯିବାର ଭୟ । ଏପରି କିଛି ଜୀବନ-ମୃତ୍ୟୁର ମଝିରେ ଅଟକି ରହିଛନ୍ତି ୬ ମାଙ୍କଡ ।

ଝାରସୁଗୁଡା ଜିଲ୍ଲାର ଡୁମେରମୁଣ୍ଡା ଗାଁକୁ ଲାଗି ବହିଯାଇଛି ଈବ ନଦୀ । ଆଉ ଏହି ନଦୀ ଉପର ଦେଇ ଯାଇଛି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର । ପାଣି ଓ ଟାୱାର ଖୁଣ୍ଟ ମଝିରେ ଫସି ରହିଛି ୬ ମାଙ୍କଡଙ୍କ ଜୀବନ ।  ଖରାଦିନେ ନଦୀରେ ପାଣି ନଥିବା ବେଳେ ପାଖାପାଖି ୧୧ଟି ମାଙ୍କଡ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର ଖୁଣ୍ଟ ନିକଟରେ ରହି ବୁଲାବୁଲି କରୁଥିବା ସ୍ଥାନୀୟ ଲୋକ କହିଛନ୍ତି ।

ବର୍ଷା ଆରମ୍ଭ ହେବା ସହ ଧୀରେ ଧୀରେ ନଦୀ ଜଳସ୍ତର ବି ବୃଦ୍ଧି ପାଇବା ସହ ଗତ ଅଗଷ୍ଟ ମାସ ପରେ ହୀରାକୁଦ ଜଳଭଣ୍ଡାର ର ପଛୁଆ ପାଣି ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିଲା । ଫଳରେ ବିଦ୍ୟୁତ ଟାୱାର ଖୁଣ୍ଟ ଚତୁଃର୍ପାର୍ଶ୍ବରେ ପାଣି ଘେରି ଯିବାରୁ ମାଙ୍କଡମାନେ ସେଠାରୁ ଆଉ ଯାଇପାରି ନଥିଲେ ।

୨ଟି ମାଙ୍କଡ ସେଠାରୁ ଯିବାକୁ ଉଦ୍ୟମ କରି ପାଣିରେ ବୁଡି ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ମାଙ୍କଡ ଖୁଣ୍ଟ ଉପରକୁ ଯାଇ ହାଇକରେଣ୍ଟ ବିଦ୍ୟୁତ ସଂସ୍ପର୍ଷରେ ଆସି ପ୍ରାଣ ହରାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ଦୀର୍ଘ ତିନି ମାସ ରୁ ଉର୍ଦ୍ଧ୍ବ ହେବ ଟାୱାର ଖୁଣ୍ଟରେ ୬ ମାଙ୍କଡ ଫସି ରହିଛନ୍ତି ।

ଦୀର୍ଘ ଦିନ ଧରି ହାଇକରେଣ୍ଟ ବିଦ୍ୟୁତ ଟାୱାର ଖୁଣ୍ଟରେ ଫସି ରହିଥିବା ଦେଖି ସ୍ଥାନୀୟ ଲୋକେ ଓ ମତ୍ସ୍ୟଜୀବୀ ମାନେ ବାରମ୍ବାର ମାଙ୍କଡମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି । ମାଙ୍କଡଙ୍କୁ ରହିବା ଖାଇବା ଅସୁବିଧା ଦେଖି ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀ  ଦିନକୁ ୩ଥର ମାଛ ଧରା ଡଙ୍ଗା ସାହାଯ୍ୟରେ ଟାୱାର ଖୁଣ୍ଟ ନିକଟକୁ ଯାଇ ମାଙ୍କଡ ମାନଙ୍କୁ ଖାଇବା ପହଞ୍ଚାଇ ଦେଉଛନ୍ତି ।

ସ୍ଥାନୀୟ ଲୋକେ ଓ ମତ୍ସ୍ୟାଜୀବୀ ବନବିଭାଗକୁ ଯୋଗାଯୋଗ କଲାପରେ ବନବିଭାଗର କର୍ମଚାରୀ ୨ଥର ଆସି ଉଦ୍ଧାର କରିବାରେ ବିଫଳ ହେବା ପରେ ଆଉ ବନ କର୍ମଚାରୀ ଅନେକ ଦିନ ହେବ ଉଦ୍ଧାର କରିବା ପାଇ ଆସୁନଥିବା ସ୍ଥାନୀୟ ଲୋକେ ଓ ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି । ଶେଷରେ ସ୍ଥାନୀୟ ଯୁବକ ମାନେ ମିଶି ଏକ ଯନ୍ତା ତିଆରି କରି ମାଙ୍କଡ଼ ମାନଙ୍କୁ ଉଦ୍ଧାର କରିବେ ବୋଲି କହିଛନ୍ତି ।

   Related Posts