Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମାଙ୍କଡ଼ର ମେଟ୍ରୋ ଯାତ୍ରା: ଏଭଳି ଯାତ୍ରୀଙ୍କୁ ପାଖରେ ପାଇ ହଇରାଣରେ ପଡ଼ିଲେ ଲୋକେ, ଭାଇରାଲ ଭିଡିଓରେ ନିଆରା ଦୃଶ୍ୟ

20/06/2021 at 10:03 PM

ନୂଆଦିଲ୍ଲୀ ୨୦/୬: ମେଟ୍ରୋରେ ଯାତ୍ରା କଲା ମାଙ୍କଡ଼ । ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଘଟଣାଟି କେବେର ସେନେଇ ଯଦିଓ ସ୍ପଷ୍ଟ ସୂଚନା ନାହିଁ କିନ୍ତୁ ମାଙ୍କଡ଼ର ମେଟ୍ରୋ ଯାତ୍ରା ବେଶ ହୃଦୟସ୍ପର୍ଶୀ। ମାଙ୍କଡଟି ଦିଲ୍ଲୀ ମେଟ୍ରୋରେ ଯାତ୍ରା ତ କରୁଛି ସତ କିନ୍ତୁ ପାରିପାର୍ଶ୍ବିକ ଦୃଶ୍ୟପଟକୁ ବି ଉପଭୋଗ କରୁଥିବାର ଏହି ଭିଡିଓ ସମସ୍ତଙ୍କୁ ଆଶ୍ବର୍ଯ୍ୟ କରିଛି।

ବ୍ଲୁ ଲାଇନ୍‌ରେ ସୁଟ୍‌ ହୋଇଥିବା ଏହି ଭିଡିଓରେ ଆକର୍ଷଣର କେନ୍ଦ୍ର କେବଳ ମାଙ୍କଡ଼। ଦ୍ବାରକା-ଆନନ୍ଦ ବିହାର ରୁଟ୍‌ରେ ଯାତ୍ରୀ ପ୍ରତିଦିନ ଭଳି ସେଦିନ ମଧ୍ୟ ମେଟ୍ରୋରେ ଯାତ୍ରା କରୁଥିଲେ। କୌଣସି ଏକ ଷ୍ଟେସନରେ ହଠାତ ଏକ ମାଙ୍କଡ ଟ୍ରେନ୍‌ ଭିତରକୁ ପଶି ଆସିଥିଲା। ଏହା ପରେ କେହି ଜଣେ ଯାତ୍ରୀ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ମାଙ୍କଡଟି ଟ୍ରେନ୍‌ରେ ପଶିଆସିଥିଲା ସତ କିନ୍ତୁ ବାହାରକୁ ଯିବାକୁ ବାଟ ପାଇନଥିଲା। ତେଣୁ ସେ ଏଣେତେଣେ ଘୁରି ବୁଲିଥିଲା। ତାପରେ ଚୁପଚାପ ଜଣେ ଯାତ୍ରୀଙ୍କ ପାଖରେ ବସି ଟ୍ରେନ୍‌ର କାଚ ଦେଇ ବାହାରର ଦୃଶ୍ୟ ଦେଖିଥିଲା। ନୂଆ ଯାତ୍ରୀଙ୍କୁ ପାଖରେ ଦେଖି ବାକି ଯାତ୍ରୀ ମଧ୍ୟ ହଇରାଣରେ ପଡ଼ିଥିଲେ।

କେହି ଜଣେ ଭିଡିଓରେ କହୁଛନ୍ତି ଏହା ଯମୁନା ବ୍ୟାଙ୍କ ଷ୍ଟେସନ୍‌। ତେବେ ମାଙ୍କଡ଼ଟି କେଉଁଠା​‌ରେ ଟ୍ରେନ୍‌ରୁ ଓହ୍ଲାଇଲା ତାହା ଜଣପଡ଼ିନାହିଁ। ଭିଡିଓ ସେୟାର କରି ଦିଲ୍ଲୀ ମେଟ୍ରୋକୁ ଜ​ଣେ ଯାତ୍ରୀ ଅବଗତ କରାଇବା ପରେ ଦିଲ୍ଳୀ ମେଟ୍ରୋ ପକ୍ଷରୁ ଏନେଇ ସବିଶେଷ ସୂଚନା ମଗାଯାଇଥିଲା।   

   Related Posts