Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କରୁଣ ଦୃଶ୍ୟ : ଡଷ୍ଟବିନ୍‌ରୁ ଅଇଁଠା ଗୋଟାଇ ଖାଉଛନ୍ତି ମାଙ୍କଡ

28/07/2021 at 5:21 PM

ସାଲେପୁର ୨୮।୭: ଗାଈ, ଗୋରୁ, ଷଣ୍ଢ ଅଳିଆଗଦା ଆଉ ଡଷ୍ଟବିନରୁ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିଥିବେ।  ବହୁ ଜଗାରେ ଖାଦ୍ୟ ନପାଇ ମାନସିକ ବିକାରଗ୍ରସ୍ତ ଲୋକ ମଧ୍ୟ ଡଷ୍ଟବିନରୁ ଖାଦ୍ୟ ଖାଇବାର ନଜିର ଦେଖିଥିବେ। ହେଲେ ଏଠି ମାଙ୍କଡ଼ ଡଷ୍ଟବିନରୁ ଖାଦ୍ୟ ଖାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଚନ୍ଦ୍ରାଦେଇପୁର ଗାଁରେ ଦେଖିବାକୁ ମିଳିଛି। ବନ୍ୟଜନ୍ତୁଙ୍କ ଖାଦ୍ୟର ଅଭାବକୁ ଏ ଦୃଶ୍ୟ ବୟାନ କରୁଛି। ଖାଦ୍ୟ ପାଇଁ ମାଙ୍କଡ଼ କେଉଁଠି ଘରେ ପଶି ପନିପରିବା ଖାଉଥିବାର ଦେଖିଥିବେ ହେଲେ ଏଠି ମାଙ୍କଡ଼ମାନେ ଡଷ୍ଟବିନରୁ ଉଣ୍ଡାଳି ଅଇଁଠା ଖାଦ୍ୟ ଖାଉଛନ୍ତି। ପ୍ରଶାସନ ଏହାର ପ୍ରତିକାର ପାଇଁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

   Related Posts