ମୋବାଇଲ୍ ପାଇଁ କଳି: ମାଙ୍କଡ ଓ କୁନି ଝିଅ ମଧ୍ୟରେ ଚାଲିଲା ଟଣାଓଟରା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ..

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨/୧୧: ସୋସିଆଲ ମିଡିଆରେ ନିଆରା ସମ୍ପର୍କ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ବହୁତ ଦେଖାଯାଏ । କିନ୍ତୁ ଯଦି ଭିଡିଓଟି ମଣିଷ ଏବଂ ପଶୁମାନଙ୍କର ଅଟେ, ତେବେ ବିଷୟଟି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ହୋଇଯାଏ । ସମ୍ପ୍ରତି, ଏହା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ସ୍ଥାନରେ ଏମିତି ମଜାଦାର ଭିଡିଓ ଭାଇରାଲ ହୋଇଥାଏ ।

ଯାହାକୁ ବାରମ୍ବାର ଦେଖିବାକୁ ଲୋକେ ପସନ୍ଦି କରିଥାନ୍ତିୁ । ଅନେକ ଭିଡିଓ ବହୁତ ସୁନ୍ଦର, ଯାହା ହୃଦୟକୁ ଛୁଇଁଯାଏ । ଏହା ସହ ଜଡିତ ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି । ଯାହା ଦେଖିବା ପରେ ତୁମର ହୃଦୟ ଖୁସି ହେବ । ମାଙ୍କଡ ସହ ଜଡିତ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ନିକଟରେ ଏକ କାର୍ଯ୍ୟରତ ମାଙ୍କଡ଼ର ଏକ ଭିଡିଓ ଭାଇରାଲ ହୋଇଛି ।

ଯିଏ କାମ ନକରି ଖାଦ୍ୟ ଖାଏ ନାହିଁ । ଏହିପରି ଅନେକ ଭିଡିଓ ସମୟ ସମୟରେ ଭାଇରାଲ ହୁଏ । କିନ୍ତୁ ଆଜି ଆଉ ଏକ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଖାଲି ମାଙ୍କଡ଼ ନୁହେଁ, ଏଥିରେ ଏକ ଶିଶୁ କନ୍ୟା ମଧ୍ୟ ଅଛି । ଏହି ଭିଡିଓ ଦେଖିବା ପରେ ପ୍ରଥମେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ତାପରେ ଆପଣ ଜୋରରେ ହସିବେ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

wp:html
/wp:html

ଯେଉଁଥିରେ ଏକ ଛୋଟ ଝିଅ ଏବଂ ମାଙ୍କଡ଼ ମୋବାଇଲରେ ପରସ୍ପର ସହ ଲଢୁଥିବା ଦେଖିବାକୁ ମିଳୁଛି । ମୋବାଇଲ ପାଇଁ ଦୁଇଜଣଙ୍କ ମଧ୍ୟରେ ଏକପ୍ରକାର ଯୁଦ୍ଧ ଚାଲିଛି କହିଲେ ଚଳିବ । ବେବି ଗର୍ଲ ଏବଂ ମାଙ୍କଡ଼ ଭିଡିଓର ଏହି ସୁନ୍ଦର ଭିଡିଓ ଦେଖିବା ପରେ ଆପଣ ମଧ୍ୟ ହସିବା ବନ୍ଦ କରିବେ ନାହିଁ । ଭିଡିଓକୁ ଜଣେ ଇନଷ୍ଟାଗ୍ରମ ୟୁଜର ତାଙ୍କ ସାିଟରେ ସେୟାର କରିଛନ୍ତି । ଭିଡିଓରେ ଜଣେ ଛୋଟ ଝିଅ ଖଟ ଉପରେ ବସିଛି ।

ଏହାସହ ହାତରେ ଗୋଟିଏ ମୋବାଇଲ ବି ଧରିଛି । ଯାହାକୁ ଧରି ସେ ଖିଳୁଛି । ଠିକେ ଏହି ସମୟରେ କେଉଁଆଡୁ ମାଙ୍କଡଟି ଆସି ସେଠାରେ ବସିଯାଏ । ପରେ ସେ ମାଙ୍କଡଟି ଝିଅଟି ହାତରୁ ମୋବାଇଲ ଛଡାଇନେଇଯାଏ । କିନ୍ତୁ ଝିଅଟି ବି ଛୋଟିଆ ଥାଇ ପରେ ବି ମାଙ୍କଡକୁ ସହଜରେ ଛାଡିଦିଏନି । ବରଂ ଡର ଭୟ ଛାଡି ସେ ବି ମାଙ୍କ ନିକଟରୁ ମୋବାଇଲ ଛଡାଏ । ଆଉ ଦେଖିବା ପରେ ଜଣେ ୟୁଜର ଏହାକୁ ସୋସିଆଲ ମିଡିଆରେ ଛାଡିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.