Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ମା ସବୁ ବେଳେ ମା ; ମଲା ଛୁଆକୁ ଛାଡି ପାରୁନି ମା’ ମାଙ୍କଡ଼, ପାଞ୍ଚ ଦିନ ହେଲା ଧରିବୁଲୁଛି

7/06/2020 at 3:54 PM

ପାଇକମାଳ ୦୭।୦୬: ସଂସାରେ ମା ପରି ଆଉ କେହି ନଥାନ୍ତି । ମା’ର ମମତା ପାଖରେ ସବୁ କିଛି ତୁଛ । ସେଇଥି ପାଇଁ ତ ଜୀବିତ ଭାବି ୫ ଦିନ ହେଲା ମଲା ଛୁଆକୁ କାମୁଡ଼ି ଧରି ଏଡାଳରୁ ସେ ଡାଳକୁ ସେ ଡେଉଁଛି । କେତେବେଳେ ତଳେ ରଖି ଉକୁଣି ଦେଖୁଛି । ତା’ ପାଟିକୁ ନିଜ ସ୍ତନରେ ଜାବୁଡ଼ି ଧରୁଛି । ଦେହକୁ ରାମ୍ପୁଡ଼ି ଉଠାଇବାକୁ ଚେଷ୍ଟା କରୁଛି । କିନ୍ତୁ ଛୁଆ ମୃତ ମାଙ୍କଡ଼ଟି ଉଠୁନାହିଁ । ଏଭଳି ଏକ ଘଟଣା ବରଗଡ଼ ଜିଲ୍ଲା ପାଇକମାଳର ପ୍ରସିଦ୍ଧ ନୃଂସିହନାଥ ମନ୍ଦିର ପରିସରରେ ଦେଖିବା ପାଇଁ ମିଳିଛି ।

ସୂଚନାନୁସାରେ ୫ ଦିନ ତଳେ ମାଙ୍କଡ଼ ଛୁଆମାନଙ୍କ ମଧ୍ୟରେ ଝଗଡ଼ା ଲାଗି ଛୁଆଟିର ମୃତ୍ୟୁ ଘଟିଛି । ଛୁଆଟି ମରିଯିବା ପରେ ମା’ ମାଙ୍କଡ଼ ଛୁଆଟିକୁ ନିଜ ଦାନ୍ତରେ କାମୁଡ଼ି ଧରି ଏ ଗଛରୁ ସେ ଗଛ ହେଉଛି । ଛୁଆଟି ମରିଯାଇଥିଲେ ମଧ୍ୟ ମା’ ମାଙ୍କଡ଼ ମଲା ଛୁଆକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହେଁ । ଗଲା ୫ ଦିନ ଧରି ମନ୍ଦିର ଚାରିପାଖରେ ଘୁରିବୁଲୁଛି । ସତେ ଯେପରି ଛୁଆର ଜୀବନ ଫେରିପାଇବାକୁ ଠାକୁରଙ୍କ ପାଖରେ କୁକୁତି ବିନତି କରୁଛି । ଘଟଣାଟିକୁ ଯିଏ ଦେଖୁଛି ତା’ ଆଖି ଲୁହରେ ଜକେଇ ଆସୁଛି ।

   Related Posts