Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଚୋର ମାଙ୍କଡ଼ ଗ୍ୟାଙ୍ଗର ଉତ୍ପାତ, କୁକୁର ଛୁଆକୁ ଅପହରଣ କରି ଜଙ୍ଗଲରେ ଲୁଚାଇଥିଲେ, ୩ଦିନ ପରେ ଉଦ୍ଧାର

25/09/2021 at 2:41 PM

ନୂଆଦିଲ୍ଲୀ ୨୫/୦୯: ଆପଣ ନିଶ୍ଚୟ ଅପହରଣ ବିଷୟରେ ଅନେକ ମାମଲା ଦେଖିଥିବେ ବା ଶୁଣିଥିବେ। ଏପରି ଅନେକ ଗ୍ୟାଙ୍ଗ ଅଛନ୍ତି ଯେଉଁମାନେ ମଣିଷକୁ ଅପହରଣ କରିନିଅନ୍ତି। କେତେକ କ୍ଷେତ୍ରରେ ଟଙ୍କା ପାଇଁ ଅପହରଣ କରାଯାଇଥାଏ ତ ଆଉ କେତେକ କ୍ଷେତ୍ରରେ ଲୋକଙ୍କୁ ବିକ୍ରି କରି ଦିଅଯାଇଥାଏ। ଅନେକ ଥର ମଣିଷ ଅପହରଣ ମାମଲା ଦେଖିବାକୁ ମିଳିଥାଏ, କିନ୍ତୁ ନିକଟରେ ମାଲେସିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ମାଙ୍କଡ଼ କୁକୁରର ଛୁଆକୁ ଅପହରଣ କରିନେଇଛି। ମାଙ୍କଡ଼ଟି କୁକୁରଛୁଆ ସହିତ ତିନି ଦିନ ଧରି ରହିବା ପରେ ଶେଷରେ ଲୋକମାନେ କୁକୁରଛୁଆକୁ ମାଙ୍କଡ଼ର କବଳରୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁଯାୟୀ, ଏହି ମାମଲା ସେପ୍ଟେମ୍ବ ୧୬ ଅଟେ। ହଠାତ୍ ଲୋକମାନେ ଗୋଟିଏ କୁକୁର ଛୁଆ ମାଙ୍କଡ଼ ସହିତ ଗଛ ଉପରେ ଚଢିଥିବାର ଦେଖିବାକୁ ପାଇଥିଲେ । ମାଙ୍କଡଟି ସେହି କୁକୁର ଛୁଆକୁ ଛାତିରେ ଚାପି ଧରିଥିବାର ଦେଖାଯାଇଥିଲା। କୁକୁର ଛୁଆର ନାମ ସାରୁ । ମାତ୍ର ଦୁଇ ସପ୍ତାହର ଏହି କୁକୁର ଛୁଆକୁ ତା ମା’ଠାରୁ ମାଙ୍କଡଟି ନେଇ ପଳାଇ ଯାଇଥିଲା। ଏହା ପରେ ମାଙ୍କଡ଼ ତାକୁ ଜଙ୍ଗଲକୁ ନେଇ ଗଛ ଉପରେ ଚଢିଯାଇଥିଲା। ଯେତେବେଳେ ବି କେହି ଛୁଆକୁ ମାଙ୍କଡ଼ଠାରୁ ଅଲଗା କରିବାକୁ ଚେଷ୍ଟା କରୁଥିଲେ, ମାଙ୍କଟିଡ଼ କ୍ରୋଧିତ ହୋଇ ଅନ୍ୟ ଗଛକୁ ଡେଇଁ ପଡୁଥିଲା। ଶେଷରେ, ତିନି ଦିନର ପ୍ରୟାସ ପରେ କୁକୁରଟିକୁ ମାଙ୍କଡ଼ଠାରୁ ଉଦ୍ଧାର କରାଯାଇଥିଲା। ମାଙ୍କଡଟି ସେହି ଛୁଆର କୌଣସି କ୍ଷତି କରିନଥିଲା। ସେ ସାରୁକୁ ନିଜ ପିଲା ଭାବରେ ରଖୁଥିଲା।

ମାଲେସିଆର ଯେଉଁ ସ୍ଥାନରୁ ଏହି ଘଟଣା ସାମ୍ନାକୁ ଆସିଛି ସେଠାକାର ସ୍ଥାନୀୟ ​​ଲୋକ କହିଛନ୍ତି ଯେ ଏହି ଅଞ୍ଚଳର ମାଙ୍କଡମାନେ ଏକ ଚୋର ଗ୍ୟାଙ୍ଗ ପରି। ସେମାନେ ଲୋକଙ୍କ ଘରୁ ଜିନିଷ ଚୋରି କରିନିଅନ୍ତି। ବର୍ତ୍ତମାନ ସେମାନେ ଘରୁ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ରୋରିକରି ନେଉଛନ୍ତି।

   Related Posts