ବାଇକ ଆଗକୁ ଡେଇଁ ପଡିଲା ମାଙ୍କଡ଼, ପଡିଗଲେ ସମସ୍ତେ, ୪ ଗୁରୁତର

Published By : Prameya-News7 Bureau | May 21, 2020 IST

ନୀଳଗିରି, ୨୧|୦୫: ବାଇକ ଆଗକୁ ଡେଇଁଲା ମାଙ୍କଡ଼ । ଫଳରେ ଦୁର୍ଘଟଣା ଘଟି ଜଣେ ଶିଶୁ କନ୍ୟା ସହ ୪ ଜଣ ଗୁରୁତର ହୋଇଛନ୍ତି।

କିଛିଦିନ ଧରି ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ କିଛି ମାଙ୍କଡ଼ ବେଗୁନିଆ, ସିଙ୍ଗିରୀ, ପୁନଦାଳ, ରାଧାକିଶୋରପୁର, ନରସିଂହପୁର ଅଂଚଳରେ ଉତ୍ପାତ କରୁଛନ୍ତି। ବ୍ୟାପକ ଫସଲ ନଷ୍ଟ କରିବା ସହ ରାସ୍ତା ଉପରେ ଦୌଡ଼ି ବୁଲିବାରୁ ପଥଚାରୀ ଓ ବାଇକ ଆରୋହୀ ମାନେ ଯାତାୟାତ କରିବାକୁ ଭୟ କରୁଛନ୍ତି।

{"id":273770,"width":748,"height":297,"sizeSlug":"large"}

ଆଜି ତିନଦେଶ ଗ୍ରାମର ସନ୍ତୋଷ ମହାପାତ୍ର ତାଙ୍କ ବାଇକରେ  କାଂଶ ଅଂଚଳରେ ଏକ ବ୍ୟାଙ୍କରୁ କାମସାରି ପୁରୁଣାଗାଁ ଅଂଚଳର ସୁମତି ନାୟକଙ୍କ ସହ ତୁଳସୀ ନାୟକ ଓ ତାଙ୍କର ୯ ମାସର ଶିଶୁକନ୍ୟା ଆନିସାକୁ ବସାଇ ଘରକୁ ଫେରୁଥିଲେ। ହଠାତ ଏକ ମାଙ୍କଡ଼ ବାଇକ ଆଗକୁ ଡିଆଁ ମାରିଦେବାରୁ ସେ ଭାରସାମ୍ୟ ହରାଇ କଚାଡି ପଡ଼ିଥିଲେ। ଫଳରେ ଚାରିଜଣ  ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି।ତେବେ ସରକାରୀ ସ୍ତରରେ ସହାୟତା ଦେବାକୁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.