Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଏ ମଣିଷଙ୍କୁ ମାଙ୍କଡଠୁ ଶିଖିବାର ଅଛି : ମୃତଦେହକୁ ରାସ୍ତାରେ ଛାଡି ଦେଇ ନିଶ୍ଚିନ୍ତରେ ଶୋଇଲେ ଗାଁ ଲୋକେ, କିନ୍ତୁ ରାତିସାରା ଜଗିଥିଲା ମାଙ୍କଡ

18/09/2020 at 7:39 PM

ନୟାଗଡ଼, ୧୮|୦୯ :   ଗାଁଲୋକ ଓ ପରିବାର ଭିତରେ ବିବାଦ ଯୋଗୁଁ ସାରା ରାତି ଗାଁ ରାସ୍ତାରେ ପଡ଼ି ରହିଲା ମୃତଦେହ । ବାପାଙ୍କ ମୃତଦେହ ଛାଡ଼ି ଚାଲିଗଲା ପୁଅ । ଚାରିକାନ୍ଧ ଦେବାକୁ କେହି ଆସିଲେନି । ଏଠି ମଣିଷ ସିନା ମାନବିକତା ଭୁଲିଗଲା, ହେଲେ ଶବ ପାଖରେ ସାରା ରାତି ଜଗିରହିଲା ମାଙ୍କଡ଼ । ଏମିତିକି ସକାଳୁ ପୋଲିସ ଆସିବା ପର୍ଯ୍ୟନ୍ତ ମାଙ୍କଡ଼ଟି ସେମିତି ବସି ରହିଥିଲା । କ’ଣ ଥିଲା ପୂରା ଘଟଣା ଆସନ୍ତୁ ଦେଖିବା ।

ରାସ୍ତା ଉପରେ କୋକେଇ । କୋକେଇକୁ ଲାଗି ପଡ଼ିଛି ଶବ । ଆଉ ଶବ ଜଗିଛି ମାଙ୍କଡ଼ । ସାରା ରାତି ଏମିତି ଶବକୁ ଜଗି ବସିଛି ମାଡ଼ଙ୍କଟିଏ । ଯାହାର ମୁକସାକ୍ଷୀ ହେଉଛି ଏହି ପେଟ୍ରୋମାକ୍ସ ଲାଇଟ୍‌ । ଯାହା ଗତ ରାତିରୁ ଜଳୁଛି । ବାପାଙ୍କ ମୃତଦେହ ଛାଡ଼ି ଚାଲିଗଲା ପୁଅ । ଚାରିକାନ୍ଧ ଦେବାକୁ କେହି ଆସିଲେନି । ତଥାପି ମାଙ୍କଡ଼ ଜଗିଛି । ସାରା ରାତି ସେମତି ଶବ ପାଖରେ ଜଗିଛି । ଆଉ ସେଇ ମଣିଷମାନଙ୍କ ମାନବିକତାକୁ ପ୍ରଶ୍ନ କରୁଛି, ଯେଉଁମାନେ ଦୀର୍ଘ ୧୫ଘଣ୍ଟା କାଳ ଏମିତି ରାସ୍ତା ଉପରେ ଆଉ ଜଣେ ମଣିଷର ମୃତ ଦେହକୁ ପକାଇଦେଇ ଯିଏ ଯେଝା ଘରେ ଶୋଇଗଲେ । ସକାଳ ହେଲା, ପୋଲିସ ଆସିଲା…. ତଥାପି ମାଙ୍କଡ଼ ଜଗିଛି ।    

ନୟାଗଡ଼ ଶରଣକୂଳ ପାଣିଭଣ୍ଡାର ଗାଁର ଏ ଅଭାବନୀୟ ଦୃଶ୍ୟ ହୁଏତ ମଣିଷ ସମାଜକୁ ଆନ୍ଦୋଳିତ କରିପାରେ । ହେଲେ ଆପଣମାନେ ଯାହା ଦେଖୁଛନ୍ତି ତାହା ହିଁ ସତ । ଗ୍ରାମବାସୀ ଓ ପରିବାର ଲୋକଙ୍କ ଭିତରେ ବିବାଦ କାରଣରୁ ସାରା ରାତି ଗାଁ ରାସ୍ତାରେ ଏମିତି ପଡ଼ିରହିଥିଲା ମୃତଦେହ ।

ଘଟଣା ପଛର କାହାଣୀ କିଛି ଏମିତି । ଗାଁର ବିପିନ ଡାକୁଆ ନିଜ ପିଲାଛୁଆଙ୍କ ଭରଣପୋଷଣ ନକରି ନିକଟରେ ଥିବା ଗୁଞ୍ଜବାରଣ ଗାଁରେ ରହୁଥିବା ବାପା ପ୍ରଫୁଲ୍ଲ ଡାକୁଆଙ୍କ ସହ ଗଲା ୨ବର୍ଷ ହେଲା ରହୁଥିଲେ । ପାଣିଭଣ୍ଡାର ଗାଁ ଲୋକେ ବିପିନର ଏଭଳି ଆଚରଣକୁ ବିରୋଧ କରିବା ସହ ପିଲାଙ୍କ ଭରଣପୋଷଣ ଦେବାକୁ ବିପିନକୁ ବାଧ୍ୟ କରିଆସୁଥିଲେ ମଧ୍ୟ କାହାରି କଥା ଶୁଣିନଥିଲା ବିପିନ । ଗଲାକାଲି ସଂଧ୍ୟାରେ ବିପିନଙ୍କ ବାପା ପ୍ରଫୁଲ୍ଲ ଡାକୁଆଙ୍କ ବାର୍ଦ୍ଧକ୍ୟ କାରଣରୁ ମୃତ୍ୟୁ ହେବା ପରେ ବାପାଙ୍କ ମୃତଦେହକୁ ଗଞ୍ଜବାରଣରେ ସତ୍କାର ନକରି ପାଣିଭଣ୍ଡାର ଗାଁକୁ ଆଣିଥିଲେ । ପାଣିଭଣ୍ଡାର ଗାଁ ଲୋକେ ଏହାକୁ ବିରୋଧ କରିବା ପରେ ବାପାଙ୍କ ମୃତଦେହକୁ ଏମିତି ରାସ୍ତାରେ ପକାଇଦେଇ ଚାଲିଯାଇଥିଲେ ପୁଅ ବିପିନ ।ଫଳରେ ଗାଁ ରାସ୍ତାରେ ଏମିତି ସାରା ରାତି ପଡ଼ିରହିଥିଲା ମୃତଦେହ । ସକାଳେ ଘଟଣାସ୍ଥଳରେ  ପୋଲିସ ପହଞ୍ଚି ଉଭୟ ପାଣିଭଣ୍ଡାର ଗ୍ରାମବାସୀ ଓ ବିପିନକୁ ଡାକି ଆଲୋଚନା କରିଥିଲା । ଶେଷରେ ନିଷ୍ପତ୍ତି ଅନୁସାରେ ବିପିନ୍‌ ବାପାଙ୍କ ଶବ ସତ୍କାର ପାଇଁ ଗୁଞ୍ଜବାରଣ ଗାଁକୁ ନେଇଥିବା ଜଣାପଡ଼ିଛି । ଏ କାହାଣୀ ଭିତରେ  ଆମ ଭଳି ମିଣଷମାନଙ୍କ ଆଚରଣ ଏବଂ ଗୋଟେ ମାଙ୍କଡ଼ର ଆଚରଣ ଭିତରେ ଫରକ୍‌ କ’ଣ ତାହାହିଁ  ଶିକ୍ଷା ଦେଉଛି ।

   Related Posts