କରୋନା ଲାଗି ମାଙ୍କଡ ବି ସଚେତନ! ମାସ୍କନାହିଁ, videoରେ ଦେଖନ୍ତୁ କପଡାରେ କିପରି ଚଳାଉଛି କାମ

Published By : Prameya-News7 Bureau | July 10, 2020 IST

କରୋନା ଭାଇରସ ମହାମାରୀ କବଳରେ ସାରା ବିଶ୍ୱ।  ଦୈନିକ ହଜାର ହଜାର ଲୋକେ ସଂକ୍ରମିତ ହେଉଛନ୍ତି।  ଚିକିତ୍ସା ନାହିଁ କି ଟିକା ନାହିଁ। ସଂକ୍ରମଣରୁ ବର୍ତ୍ତିବା ଲାଗି ଯାହା ବି ଉପାୟ ଅଛି ତାହାବି ସୀମିତ। ସାନିଟାଇଜର ଓ ଫେସ୍‌ ମାସ୍କ ୯୦ ପ୍ରତିଶତ ସଂକ୍ରମଣ ରୋକିପାରିବ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି। ଏଥିଲାଗି ଲୋକଙ୍କୁ ସଚେତନ କରାଯାଉଛି। ହେଲେ ଅନେକ କିନ୍ତୁ  ନଛୋଡ ବନ୍ଧା। ଏଥିରେ ଏକ ମାଙ୍କଡ଼ ଏବେ ସଚେତନତାର ବାର୍ତ୍ତାବହ ପାଲଟିଛି। ତାର ମାସ୍କ ବ୍ୟବହାର ଶୈଳୀ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରଠାରୁ ଭାଇରାଲ ହେବାରେ ଲାଗିଛି।

wp:html /wp:html

ମାଙ୍କଡ ବି ସଚେତନ! ହୁଏତ ତା ନିକଟରେ ସାଧନ ନାହିଁ, ହେଲେ ସଂକ୍ରମଣର ଭୟାବହତା ସମ୍ପର୍କରେ ସେ ଜାଣେ। ଏଣୁ କାନ୍ଧରେ କପଡାଟିଏ ପକାଇ ବୁଲୁଛି। ବେଳେ ବେଳେ ତାକୁ ମୁହଁରେ ଗୁଡଉଛି ଓ ପୁଣି କାଢି କାନ୍ଧରେ ପକାଇ ବୁଲୁଛି। ଏମିତି ଏକ ଭିଡିଓ ଟ୍ୱିଟରରେ ଅପଲୋଡ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୩୮ ହଜାରରୁ ବି ଅଧିକ ଲୋକେ ଦେଖିଲେଣି। କମେଣ୍ଟ ମଧ୍ୟ ଲେଖୁଛନ୍ତି ଲୋକେ, ଏଥିରୁ ବଲିଉଡ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତି ମଧ୍ୟ ବାଦ ପଡିନାହାନ୍ତି।

{"id":298642,"width":579,"height":436,"sizeSlug":"large"}

କରୋନା ସଂକ୍ରମଣ ହାରରେ ଭାରତ ଏବେ ବିଶ୍ୱର ତୃତୀୟ ଦେଶ। ଦିନକୁ ୨ଗୁଣା ରାତିକୁ  ୪ ଗୁଣା ହାରରେ ସଂକ୍ରମଣ ହେଉଛି ଭୂତାଣୁ। ଏଣୁ ଲୋକଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି। ଏହା ସହ ସତର୍କତା ସ୍ୱରୂପ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।  ସାର୍ସ କୋଭ ଭୂତାଣୁ ବାୟୁରେ ଭାସୁଛି। ଏଣୁ ନାକ ଓ ମୁହଁ ବାଟେ  ସଂକ୍ରମିତ କରିବାର ଅନେକ ସମ୍ଭାବନା ରହିଛି। ଏଭଳି ସଂକ୍ରମଣରୁ କେବଳ ମାସ୍କ ହିଁ ସୁରକ୍ଷା ଦେଇ ପାରିବ।

{"id":298643,"sizeSlug":"large"}

ତେବେ ଅନେକ ଲୋକେ ଏପରି ସତର୍କତାକୁ ଅବଲମ୍ବନ କରୁନାହାନ୍ତି। ଏଥିରେ ମାଙ୍କର ବୁଧିକୁ ସମସ୍ତେ ତାରିଫ କରିଛନ୍ତି। ଇତର ପଶୁଟିଏ, ହେଲେ ତାର ବୁଦ୍ଧିମତା ମଣିଷଠୁ କୌଣସି ଗୁଣରେ କମ୍‌ ନୁହେଁ। ମଣିଷ ଭଲମନ୍ଦ ଜାଣେ। ତା ନିକଟରେ ସାଧନ ମଧ୍ୟ ଅଛି। ହେଲେ ସେ ଅବଜ୍ଞ ଯୋଗୁ ହେଉ ଅଥବା ଅବହେଳାରେ ସେ କିନ୍ତୁ ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେୁ ନାହିଁ। ଏଥିରେ ମାଙ୍କଡ ଏକ ଶିକ୍ଷା ବୋଲି ଅନେକ ଟିପ୍ପଣୀ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.