ଘର ବାହାରେ ଦେଖିବାକୁ ମିଳିଲା ବିରାଟକାୟ ଝିଟିପିଟି : ଲୋକେ ଭାବିଲେ କୁମ୍ଭୀର
7/07/2019 at 1:18 PM

ମାଲେସିଆରେ ଏମିତି ଏକ ଝିଟିପିଟିର ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖି ଶରୀରରେ ଶିହରଣ ସୃଷ୍ଟି ହେଉଛି । ଏହି ବିରାଟକାୟ ଝିଟିପିଟି ଦେଖିବାକୁ କୁମ୍ଭୀର ଭଳି । ଏହି ଜନ୍ତୁକୁ ଜଣେ ବ୍ୟକ୍ତି ଦେଖି ତାର ଫଟୋ ଉଠାଇଥିଲେ ତାକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏହାପରେ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି ।

ମାଲେସିଆର ଜୋହୋର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଗେଟ ଉପରକୁ ଚଢୁଥିଲା ଏହି ବିଶାଳକାୟ ଝିଟିପିଟି । ଝିଟିପିଟି ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା । ଏତିକିବେଳେ ବ୍ୟକ୍ତି ଜଣକ ଝିଟିପିଟିର ଫଟୋ ଉଠାଇଥିଲେ । ସୋସିଆଲ ମିଡ଼ିଆରେ ଲୋକେ ଏହି ଝିଟିପିଟିକୁ ମନିଟର ଲିଜାର୍ଡ଼ ବୋଲି କହୁଛନ୍ତି । ଆଉ କିଛି ଲୋକ ଏହି ବିଶାଳକାୟ ଝିଟିପିଟିର ଆକାର ଓ ବିଶେଷତ୍ୱ ପାଇଁ ଏହାକୁ ଗଡଜିଲ୍ଲା ବୋଲି କହିଛନ୍ତି ।

ଲଙ୍ଗ ଚେର୍ଗ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଏହି ବିଶାଳକାୟ ଝିଟିପିଟିର ଫଟୋ ସେୟାର କରିଛନ୍ତି । ସେ ଏହି ଜନ୍ତୁ ସହ ସେଲଫି ମଧ୍ୟ ନେଇଛନ୍ତି । ବ୍ୟକ୍ତି ଜଣକ ଏହି ବିରାଟକାୟ ଝିଟିପିଟିକୁ ନିଜ ଘର ଗେଟ ଭିତରକୁ ପ୍ରବେଶ କରିଥିବା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କିଛି ସମୟ ପରେ ସୁରକ୍ଷାକର୍ମୀ ଲଙ୍ଗ ଚେର୍ଗଙ୍କ ଘର ପାଖରେ ପହଂଚି ଉକ୍ତ ବିରାଟକାୟ ଝିଟିପିଟିକୁ ଉଦ୍ଧାର କରିଥିଲେ । ତେବେ ଏପର୍ଯ୍ୟନ୍ତ ଜଣାପଡିନାହିଁ ଏହି ମନିଟର ଲିଜାର୍ଡ଼ କେଉଁଠାରୁ ଆସିଥିଲା ଏବଂ ଲଙ୍ଗ ଚେର୍ଗଙ୍କ ଗେଟ ମର୍ଯ୍ୟନ୍ତ କେମିତି ପହଁଚିଲା ।
