Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଘର ବଗିଚାରେ ଦେଖାଦେଲା ବିରାଟ ଗୋଧି ଓ ଓଟପକ୍ଷୀ : ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ୍, ଲୋକେ କହିଲେ…

12/07/2020 at 5:32 PM

ନୂଆଦିଲ୍ଲୀ ୧୨/୦୭ : ଘର ବଗିଚା ବାହାରେ ବୁଲୁଥିବା ଏକ ବିରାଟ ଗୋଧିର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଭାଇରାଲ ହୋଇଥିବା ଫଟୋରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି | ଭାଇରାଲ ଫଟୋରେ ଏକ ଓଟପକ୍ଷୀ ମଧ୍ୟ ଦେଖିବାକୁ ମିଳିଛି | ଫଟୋକୁ ଜଣେ ଆଇପିଏସ ଅଧିକାରୀ ଏଚ.ଜି.ଏସ. ଧାଲିବାଲ ନିଜ ଟ୍ୱିଟରରେ ସେୟାର କରିଛନ୍ତି |

ଫଟୋ ସେୟାର କରି ସେ କ୍ୟାପ୍ସନ ଲେଖିଛନ୍ତି ଯେ ଦିଲ୍ଲୀରେ ଜଣକ ଘରେ ଏହି ଗୋଧିକୁ ଦେଖିବାକୁ ମିଳିଛି | ଏହି ଫଟୋକୁ ଏବେ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି ଏବଂ ହଜାରେରୁ ଅଧିକ ରି-ଟ୍ୱିଟ କରିଛନ୍ତି | ଫଟୋ ଦେଖି ସମସ୍ତେ ଏଥିପାଇଁ ଆଶ୍ଚର୍ଯ୍ୟ ଯେ ଦିଲ୍ଲୀରେ ରହୁଥିବା ଜଣେ ବ୍ୟକ୍ତି ଜଙ୍ଗଲୀ, ବିଷାକ୍ତ ଜୀବକୁ କିଭଳି ଘରେ ପାଳିଛନ୍ତି | ଫଟୋ ଦିଲ୍ଲୀ ଛତ୍ରପୁର ସ୍ଥିତ ଜଣକ ଘରର |

ଫଟୋକୁ ଦେଖି ଲୋକେ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି | ଲୋକେ ନିଜ ଅନୁଭୂତି ମଧ୍ୟ ସେୟାର କରିଛନ୍ତି | ଜଣେ ୟୁଜର ଲେଖିଛନ୍ତି ଯେ ଲକଡାଉନ ଯୋଗୁଁ ବହୁ ମାତ୍ରାରେ ଗୋଧି ଦେଖିବାକୁ ମିଳିଛି | ଅନେକ ଜଙ୍ଗଲୀ ଜୀବଜନ୍ତୁ ମଧ୍ୟ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି | ଆଉ ଜଣେ ୟୁଜର ଗୋଧି ଏବଂ ଓଟପକ୍ଷୀକୁ ଦେଖି କହିଛନ୍ତି ଏହି ଘର ଜୁରାସିକ ନିବାସ | 

   Related Posts