Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ବ୍ୟାଙ୍କ ଗ୍ରାହକଙ୍କୁ ଝଟକା: ଅନ୍ୟ ଏଟିଏମରୁ ଟଙ୍କା ଉଠାଇବା ପଡିବ ମହଙ୍ଗା, ବଢ଼ିଲା ଏଟିଏମ ଇଣ୍ଟରଚେଞ୍ଜ ଫିସ୍

10/06/2021 at 8:48 PM

ନୂଆଦିଲ୍ଲୀ ୧୦/୦୬ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜୁନ ୧୦ ତାରିଖରେ ଅନ୍ୟ ବ୍ୟାଙ୍କ ଏଟିଏମରେ ଆର୍ଥିକ କାରବାର ଉପରେ ଇଣ୍ଟରଚେଞ୍ଜ ଫିସ ବଢ଼ାଇ ୧୫ ଟଙ୍କାରୁ ୧୭ ଟଙ୍କା କରିଛି । ଗ୍ରାହକଙ୍କୁ ପ୍ରତି ମାସରେ ମିଳୁଥିବା ଫ୍ରି ଏଟିଏମ ଟ୍ରାଞ୍ଜାକ୍ସନ ପରେ କଷ୍ଟମର ଚାର୍ଜ ସୀମା ୨୦ ଟଙ୍କା ୨୧ ଟଙ୍କାକୁ ବୃଦ୍ଧି କରାଯାଇଛି । ଇଣ୍ଟରଚେଞ୍ଜ ଫିସ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ବ୍ୟାଙ୍କ ଗ୍ରାହକ ପ୍ରତି ମାସରେ ୫ଥର ଫ୍ରି ଟ୍ରାଞ୍ଜାକ୍ସନ କରିପାରିବେ ।

ଏଟିଏମ ଇଣ୍ଟରଚେଞ୍ଜ ଫିସ କଣ ଏବଂ କିଭଳି କାମ କରେ :
ଯଦି ବ୍ୟାଙ୍କ ‘ଏ’ର ଗ୍ରାହକ ବ୍ୟାଙ୍କ ‘ବି’ର ଏଟିଏମରେ ନିଜ କାର୍ଡ ବ୍ୟବହାର କରି ଟଙ୍କା ଉଠାନ୍ତି ତାହେଲେ ବ୍ୟାଙ୍କ ‘ଏ’କୁ ଅନ୍ୟ ବ୍ୟାଙ୍କକୁ ଏକ ନିଶ୍ଚିତ ଶୁଳ୍କ ଦେବାକୁ ପଡିଥାଏ । ଏହାକୁ ଏଟିଏମ ଇଣ୍ଟରଚେଞ୍ଜ ଫିସ କୁହାଯାଏ । ଅନେକ ବର୍ଷରୁ ଘରୋଇ ବ୍ୟାଙ୍କ ଓ ହ୍ୱାଇଟ ଲେଭଲ ଏଟିଏମ ଅପରେଟର୍ସ ଇଣ୍ଟରଚେଞ୍ଜ ଫିସ ୧୫ ଟଙ୍କାରୁ ବଢ଼ାଇ ୧୮ ଟଙ୍କା କରିବାକୁ ଦାବି କରୁଥିଲେ । ଫ୍ରି ଲିମିଟ୍ ପରେ ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ଗ୍ରାହକଙ୍କୁ ମହଙ୍ଗା ପଡିବ । ୨୦୧୯ ରେ ଭାରତୀୟ ବ୍ୟାଙ୍କ ସଂଗଠନର ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷତାରେ ଗଠିତ ସମିତିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ରିଜର୍ଭ ବ୍ୟାଙ୍କ କହିଛି ଯେ ଗତ ଥର ୨୦୧୨ ଅଗଷ୍ଟରେ ଏଟିଏମ ଇଣ୍ଟରଚେଞ୍ଜ ଫିସରେ ପରିବର୍ତ୍ତନ କରାଯାଇଥିଲା । ୨୦୧୪ ରେ ଗ୍ରାହକ ଶୁଳ୍କରେ ସଂଶୋଧନ କରାଯାଇଥିଲା । ଆରବିଆଇ କହିଛି ଯେ ବ୍ୟାଙ୍କ ଏବଂ ଏଟିଏମ୍ ଅପରେଟରଙ୍କ ଉପରେ ଏଟିଏମ୍ ନିୟୋଜନ ମୂଲ୍ୟ ଏବଂ ରକ୍ଷଣାବେକ୍ଷଣ ମୂଲ୍ୟ ସହିତ ସମସ୍ତ ହିତାଧିକାରୀ ଏବଂ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ବ୍ୟାଙ୍କ ଉଭୟ ଆର୍ଥିକ ଏବଂ ଅଣ ଆର୍ଥିକ କାରବାର ପାଇଁ ଇଣ୍ଟରଚେଞ୍ଜ ଶୁଳ୍କ ବୃଦ୍ଧି କରିଛନ୍ତି। ଅଣ-ଆର୍ଥିକ କାରବାର ଶୁଳ୍କ ୫ ରୁ ୬ ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହା ୨୦୨୧ ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ।

   Related Posts